ଗୁରୁପୂର୍ଣ୍ଣିମାରେ ବୃକ୍ଷରୋପଣ
ସାରସକଣା : ଗୁରୁବାର ଦିନ ଗୁରୁପୂର୍ଣ୍ଣିମା ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ପ୍ରେମ ତରୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଝାରପୋଖରିଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲର ସମ୍ପାଦକ ସାଇକୃପା ଜେନା ଏବଂ ବିଦ୍ୟାଳୟର ଅଧକ୍ଷା ମିତାଞ୍ଜଳି ଶାସମଲଙ୍କ ତତ୍ତ୍ୱାବଧାନରେ ବ୍ରିଗେଡ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ବୃକ୍ଷରୋପଣ କରାଯାଇ ଥିଲା । କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଂଯୋଜକ ସରୋଜ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ ।