ଅବସରପ୍ରାପ୍ତ ପୁଲିସ ଡିଏସପିଙ୍କ ଘରୁ ସୁନାଗହଣା ଲୁଟ୍
ଯାଜପୁର ଟାଉନ : ଜଣେ ଅବସରପ୍ରାପ୍ତ ପୋଲିସ ଡି.ଏସ.ପି ଙ୍କ ଘରୁ ଗୁରୁବାର ଦିନ ଲକ୍ଷାଧିକ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଅବସରପ୍ରାପ୍ତ ପୁଲିସ ଡିଏସପି ବିରଜା କିଙ୍କର ପତି ତାଙ୍କ ସ୍ତ୍ରୀ ସହ ଝିଅ ଘରକୁ ଗତ ତାରିଖ ଦିନ ବରହମପୁରକୁ ଯାଇଥିଲେ । ସେଠାରୁ ସେ ରାଉରକେଲା ସମ୍ବଲପୁର ଯାଇଥିଲେ । ଗତ ୨୦ତାରିଖ ଦିନ ତାଙ୍କ ଘରର ମୁଖ୍ୟ ଗି୍ରଲ୍ କାଟିବା ସହ ଘରର କବାଟ ଭାଙ୍ଗି ୨ଟି ଆଲମିରାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଦୁର୍ବୁତ ଲୁଟିନେଇଥିଲେ ବୋଲି ତାଙ୍କ ଘରକୁ ପୂଜା କରିବାକୁ ଆସୁଥିବା ଦିପୁନା ନାମକ ଜଣେ ପୂଜକ ଦେଖିବାକୁ ପାଇଥିଲେ ବୋଲି ମୋବାଇଲରେ ତାଙ୍କ ସ୍ତ୍ରୀ କୁ ଜଣାଇଥିଲେ । ଘଟଣା ଜାଣିବା ପରେ ତାଙ୍କ ସ୍ତ୍ରୀ ନରହରିପୁର ଗ୍ରାମକୁ ଆସି ଦେଖିଲେ ଯେ, ୨ଟି ଆଲମିରାକୁ ଭଙ୍ଗାଯାଇ ଆସବାବପତ୍ରକୁୁ ଏଣେତେଣେ ଫୋପଡା ଯାଇଛି ଏବଂ ଆଲମିରାରେ ଥିବା ନଗଦ ୫ହଜାର ଟଙ୍କା ସହ ୩୦ଗ୍ରାମର ସୁନା ଚେନ୍, ୨୫ ଗ୍ରାମ୍ର ଜଗନ୍ନାଥ ଲକେଟ୍ ଲାଗିଥିବା ସୁନା ହାର, ୧୨ଗ୍ରାମର ସୁନା କାନଫୁଲ, ୩୦ଗ୍ରାମର ସୁନା ଖଡ଼ୁ, ୯ଗ୍ରାମର ସୁନା କାନଫୁଲ, ୫ଗ୍ରାମର ସୁନା ମୁଦି ପ୍ରାୟ ସମୁଦାୟ ୨ଶହ ଗ୍ରାମର ସୁନାଅଳଙ୍କାର, ୨ଟି ରୂପା ପାଉଜି, ୩ଟି ରୂପା ମୁଦି, ୨ଟି ଘଂଟା ଓ ଅନ୍ୟାନ୍ୟ ଜିନିଷ କିଛି ଦୁର୍ବୁତମାନେ ଚୋରି କରିନେଇଥିବା ୨୧ ତାରିଖ ଦିନ ଅବସରପ୍ରାପ୍ତ ଡି.ଏସ.ପି ବିରଜା କିଙ୍କର ପତି ଯାଜପୁରଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯାଜପୁର ପୁଲିସ ଥାନା କେସ୍ ନଂ୩୯୪/୨୦୨୫ ରୁଜୁ କରି ତଦନ୍ତକାରୀ ଅଫିସର ଭାବେ ସବ୍ ଇନ୍ସପେକ୍ଟର ସୁବାଷ ଚନ୍ଦ୍ର ମୁଦୁଲିଙ୍କୁ ଦାୟୀତ୍ୱ ଦେଇଥିବା ବେଳେ ସେ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଲଗାଇ ତଦନ୍ତ ଜାରି ରଖିଥିବା ବେଳେ ଜଣକୁ ସନେ୍ଦହରେ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।