ପ୍ରେସ କାଉନ୍ସିଲ ନାମ ବ୍ୟବହାର ଉପରେ ନିଷେଧାଦେଶ

  କଟକ : ପ୍ରେସ କାଉନସିଲ ଅଫ ଇଣ୍ଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧୀନରେ ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ପ୍ରେସ୍ କାଉନସିଲ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି । ଜିଲ୍ଲାରେ କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସରକାରୀ ସଂଘ ନିଜ ସଂସ୍ଥାର ନାମ ପଞ୍ଜୀକରଣ ସମୟରେ ପ୍ରେସ୍ କାଉନସିଲର ଶବ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇଛି । କେନ୍ଦ୍ରସରକାରଙ୍କର ଅନୁମତି ବିନା କୌଣସି ସଂସ୍ଥା ପ୍ରେସ କାଉନସିଲ ନାମ ବ୍ୟବହାର କଲେ, ଏହା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ । ତେଣୁ ଜିଲ୍ଲାର କୌଣସି ସରକାରୀ ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମରେ ପ୍ରେସ୍ କାଉନସିଲ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି ।