ଫକୀର ମୋହନଙ୍କର ଜୟନ୍ତୀ ପାଳିତ
କଟକ: ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି-ସୁରକ୍ଷା ସଂସ୍ଥା ଉକôଳ ସନ୍ତାନ ଏବଂ ଓଡ଼ିଶା ନବନିର୍ମାଣ ବିକାଶ ମଂଚର ମିଳିତ ଉଦ୍ୟମରେ ମକର ମିଳନ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସ୍ଥାନୀୟ ଗଡ଼ଗଡ଼େଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଆଡଭୋକେଟ ଡ ଜ୍ଞାନଗୁରୁ ଦାସ ସଭାପତିତ୍ୱ କରି ମକର ଉତ୍ସବର ତାତ୍ପର୍ଯ୍ୟ ଓ ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କର ଜୀବନ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ବରିଷ୍ଠ ଆଡଭୋକେଟ ଗୁରୁ ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରେଭେନ୍ସା କଲେଜର ପୂର୍ବତନ ସଭାପତି ତପନ ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକôଳ ଭୂଷଣ ରାଉତରାୟ, କେନ୍ଦ୍ର ଲୋକସଂପର୍କ ପ୍ରମୁଖ ବିଜୟ ସାମଲ, ସାହିତି୍ୟକ ରାଜୀବ ଷଡଙ୍ଗୀ, ଆଡ଼ଭୋକେଟ ଜଗନ୍ନାଥ ମହାନ୍ତି, ଦେବାଶିଷ ପଣ୍ଡା, ବୀରେନ୍ଦ୍ର କୁମାର ସିଂହ ସାମନ୍ତ, କାର୍ତ୍ତିକ ଚନ୍ଦ୍ର ନନ୍ଦ, ଆଡଭୋକେଟ ପ୍ରଦିପ୍ତ ମହାନ୍ତି, ରାମଚନ୍ଦ୍ର ପଣ୍ଡା, ବାବାଜୀ ବେହେରା, ମନୋଜ ଶତପଥି, ଆଡ଼ଭୋକେଟ ବିଷ୍ଣୁପି୍ରୟା ବେହେରା, କବି ଲକ୍ଷ୍ମୀ ମିଶ୍ର ଓ ସ୍ୱର୍ଣ୍ଣଲତା ସିଂହ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ ।