ଶିକ୍ଷକ ଚିତ୍ତରଂଜନଙ୍କ ଶ୍ରଦ୍ଧାଞ୍ଜଳି ସଭା

ସାଲେପୁର: ଭେଡ଼ା ସ୍ଥିତ ଆତ୍ମାରାମ୍ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶିକ୍ଷକ ତଥା ନିଖିଳ ଉକ୍ରଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସଂପାଦକ ଡଃ ଚିତ୍ତରଂଜନ ଷଡ଼ଙ୍ଗୀଙ୍କ ଦ୍ୱାଦଶାହ ଉପଲକ୍ଷେ ଭେଡ଼ା ଗ୍ରାମରେ ଏକ ରାଜ୍ୟସ୍ତରୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟଭୂଷଣ ଡଃ ଗୌତମ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୁରୀ, ବଲାଙ୍ଗିର, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଜିଲ୍ଲାରୁ ଶତାଧିକ ଶିକ୍ଷକ ତଥା ସଂସ୍କୃତ ମହାମଣ୍ଡଳର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହାମଣ୍ଡଳର ସଭାପତି ଡଃ ସଦାନନ୍ଦ ଦୀକ୍ଷିତ, ସ୍ୱର୍ଗତ ଚିତ୍ତରଂଜନ ଷଡ଼ଙ୍ଗୀଙ୍କ ସାଂଗଠନିକ ଦକ୍ଷତା ବହୁମୁଖୀ ପ୍ରତିଭା, କର୍ତ୍ତବ୍ୟ ନିଷ୍ଠା ଯୋଗୁ ସଂସ୍କୃତ ଶିକ୍ଷକମାନଙ୍କ ମୁଖରେ ହସ ଫୁଟିପାରିଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାମଣ୍ଡଳ ଦ୍ୱାରା ପ୍ରସ୍ତୁତ ସ୍ମୃତିଅର୍ପଣ ନାମକ ଏକ ସ୍ମୃତି ପତ୍ରିକା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ସହକାରୀ ଶିକ୍ଷାଅଧିକାରୀ ପ୍ରତାପ କର, କୃଷ୍ଣଚନ୍ଦ୍ର ମିଶ୍ର, ନରହରି ଦାଶ,  ଲକ୍ଷ୍ମୀଧରବେହେରା, ନାରାୟଣ ଦାଶ, ରମେଶ ପ୍ରଧାନ, ସତ୍ୟନାରାୟଣ ପାଢ଼ୀ, ସୁବାସ ପାଣି, ସ୍ନେହମୟୀ ଆଚାର୍ଯ୍ୟ, ସିଦେ୍ଧଶ୍ୱର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭୁତିନାରାୟଣ କର, ଜ୍ଞାନରଂଜନ ଷଡ଼ଙ୍ଗୀ, ସତ୍ୟ ଷଡ଼ଙ୍ଗୀ, ସୁଦ୍ଧାସୁମନ ଷଡ଼ଙ୍ଗୀ ଯୋଗ ଦେଇଥିବାବେଳେ ନରହରି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।