ଫଟୋ ଓ ଭିଡ଼ିଓଗ୍ରାଫି ଆସୋସିଏସନ ପକ୍ଷରୁ କର୍ମଶାଳା
ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ଫଟୋ ଓ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନ ପକ୍ଷରୁ ବୀଣାପାଣି କଟିୟାଡ଼ଠାରେ ସୋନି କମ୍ପାନୀ ଦ୍ୱାରା ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଫିତାକାଟି ଓ ମା’ ଶାରଳାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ କମ୍ପାନୀ ମୁଖ୍ୟ ସିଦ୍ଧାର୍ଥ ପଟନାୟକ, ମେଣ୍ଟର ସରୋଜ ଦୋରା, ଜୋନାଲ ମାର୍କେଟିଙ୍ଗ ସୁଶାନ୍ତ ପ୍ରଧାନ, ଯେପିଭିଟି ଆସୋସିଏସନର ମୁଖ୍ୟ ଉପଦେଷ୍ଟା ପଞ୍ଚାନନ ପ୍ରଧାନ, ସଭାପତି ମହେଶ୍ୱର ମହାନ୍ତି, ଉପସଭାପତି ଲାଲାସଙ୍ଗ୍ରାମ କେଶରୀ ରାୟ, ପ୍ରମୋଦ ବିଶ୍ୱାଳ, ସମ୍ପାଦକ ଶୁଭଙ୍କର ଜେନା, ସହ ସମ୍ପାଦକ ଗଗନ ମଲ୍ଲିକ, ରୂପେଶ ବାରିକ, ସଞ୍ଜୟ ପାତ୍ର, କୋଷାଧକ୍ଷ ଅତନୁ କୁମାର ସ୍ୱାଇଁ, କୋଷାଧକ୍ଷ ଜିତେନ୍ଦ୍ର ପ୍ରଧାନ, ସଂଘଠନ ସମ୍ପାଦକ ବାସୁଦେବ ସ୍ୱାଇଁ, ସଦସ୍ୟ ବିଷ୍ଣୁ ଚରଣ ରାୟ, ବାସୁଦେବ ବେହେରା ପ୍ରମୁଖ ଯୋଗଦେଇ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଜÿିଲ୍ଲାର ସର୍ବ ପୁରାତନ ଫୋଟଗ୍ରାଫର ଆସୋସିଏସନର ଏଭଳି ପ୍ରୟାସକୁ ବିଧାୟକ ପ୍ରଶଂସା କରିଥିଲେ । ଫୋଟୋଗ୍ରାଫରଙ୍କ ସମସ୍ୟା ବିଷୟର ଅବଗତ ହୋଇଥଲେ । ଆଗାମୀ ଦିନରେ ଏହାର ସମାଧାନ କରାଯିବାକୁ ପ୍ରୟାସ କରାଯିବ ବୋଲି କହିଥିଲେ । ଏହି କର୍ମଶାଳାରେ ଜିଲ୍ଲାରୁ ଏକ ସହରୁ ଉଦ୍ଧ୍ୱର୍ ଫୋଟୋଗ୍ରାଫରମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଶେଷରେ ସମସ୍ତ ଫୋଟୋ ଗ୍ରାଫରଙ୍କୁ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା ।