ଦୁର୍ଘଟଣାରେ ଯୁବକ ମୃତ

କାଳିଆପାଣି: କାଳିଆପାଣି ଖଣି ଅଞ୍ଚଳ ଟମକା ମଙ୍ଗଳପୁର ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଘଟଣାସ୍ଥଳରେ ମୃତୁ୍ୟ ବରଣ କରିଛନ୍ତି । ଯୁବକ ଜଣକ ଟମକା ଥାନା ଅନ୍ତର୍ଗତ ଟମକା ଗାଁର ଜୟରାମ ସିଙ୍କୁ (୨୮)ଗତକାଲି ଏକ ବନ୍ଧୁ ଘରୁ ଟୁଙ୍ଗେଇ ଶୁଣ୍ଢି ନିଜ ଘରକୁ ଫେରିବା ବାଟରେ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଟମକା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।