ବିଶ୍ୱ ପରିବେଶ ଦିବସ ପାଇଁ ପ୍ରସ୍ତୁତି
ଭଦ୍ରକ : ଭଦ୍ରକ ସାଳନ୍ଦୀ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅମ୍ବିକା ଦାସଙ୍କ ସଭାପତିତ୍ୱରେ ଏହି ବୈଠକରେ ସାଳନ୍ଦୀ ନଦୀକୁ ପ୍ରଦୂଷଣ ଓ ଅବରୋଧ ମୁକ୍ତ, ସହରକୁ ପଲିଥିନି ମୁକ୍ତ, ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଜୁନ ୫ ତାରିଖରେ ପାଳିତ ହେବାକୁ ଥିବା ବିଶ୍ୱ ପରିବେଶ ଦିବସରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପରିବେଶବିତ୍ ସାମିଲ ହେବା ପାଇଁ ବିକାଶ ମଞ୍ଚର ସମ୍ପାଦକ ପ୍ରତାପ କୁମାର ପାଢ଼ୀ ନିବେଦନ କରିଛନ୍ତି । ସାମାଜିକ କର୍ମୀ ଓ ସଦସ୍ୟ ଜ୍ଞାନ ପ୍ରକାଶ ପାଣି, ସାମାଜିକ କର୍ମୀ ଏସ କେ ନିଆଜ, ମନିଷ ରାଠୋର, ପ୍ରକାଶ କୁମାର ଜେନା, ଶକୁନ୍ତଳା ବିଶ୍ୱାଳ, ଇଂ କମଳାକାନ୍ତ ବେହେରା, ଟୁକୁନା ସ୍ୱାଇଁ, ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପରେ ବିଷଦ ଆଲୋଚନାରେ ଭାଗ ନେଇଥିଲେ ।