ଦୋକାନ ଉଠା ସ୍ଥଗିତ


ାା ପ୍ରଭାନୁ୍ୟଜ୍ ।ା ପୁରୀ  : ଜିଲ୍ଳାପାଳଙ୍କ ସହ ଆଲୋଚନା ପରେ ବଡ଼ଦାଣ୍ଡର ଶରଧାବାଲି ଠାରୁ ଗଜପତି ନଗର ସମ୍ମୁଖ ପର୍ଯ୍ୟନ୍ତ କେବିନ ଉଠିବା ବନ୍ଦ କରାଯିବା ସହ ଉକ୍ତ ଅଞ୍ଚଳରେ ଦୀର୍ଘଦିନରୁ ଅନୁଷ୍ଠିତ ହୋଇଆସୁଥିବା ବିଶ୍ୱକର୍ମା ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ସଭାକାର୍ଯ୍ୟ ଥିବାରୁ ଜନଗହଳି ଦୃଷ୍ଟିରୁ ଉକ୍ତ ଅଞ୍ଚଳର ଦୋକାନ ବଜାର ଉଠାଯିବା ସହିତ ବିଶ୍ୱକର୍ମା ପୂଜାମଣ୍ଡପ ନକରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏହାର ପ୍ରତିବାଦ କରି ବିଭିନ୍ନ ବ୍ୟବସାୟୀ ସଂଘ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଳାପାଳଙ୍କ ସହ ଆଲୋଚନା ପରେ ମୁକ୍ତାକାଶ ରଙ୍ଗମଞ୍ଚ ପରିବର୍ତ୍ତେ ନାକଚଣା ଦ୍ୱାର ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଭାକାର୍ଯ୍ୟ ଅନୁଷ୍ଠିତ ହେବ ଓ ଗଜପତି ନଗର ପର୍ଯ୍ୟନ୍ତ ଦୋକାନ ବଜାର ଆଉ ଉଠିବ ନାହିଁ । ବଉଳମଠ ସାହି ସମ୍ମୁଖ ପର୍ଯ୍ୟନ୍ତ ଅଲ୍ପ ସଂଖ୍ୟକ ଉଠାଦୋକାନୀଙ୍କୁ ଘୁଞ୍ଚାଇ ଦିଆଯିବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି । ନୀଳାଚଳ ଅଟୋ ଡ଼୍ରାଇଭର ଆସୋସିଏସନ, ଶରଧାବାଲି ବ୍ୟବସାୟୀ ସଂଘ, ୪୦୭ ଟ୍ରକ ସଂଘ, ବିଶ୍ୱକର୍ମା ମହାରଣା ସଂଘ, ୧୦୭ ଟ୍ରକ୍ ସଂଘର କର୍ମକର୍ତ୍ତା,  ଆଡ଼ଭୋକେଟ ଶ୍ରୀକାନ୍ତ ପରିଜା, ପବିତ୍ର ମୋହନ ଦଳେଇ, ମହମ୍ମଦ ତମ୍ମୁରୁଦ୍ଦିନ, ସଞ୍ଜୀବ ସାହୁ, ପ୍ରଭାକରଣ ସାହୁ, ଦୀପକ ପ୍ରଧାନ, ସତ୍ୟନାରାୟଣ ଦାସ ଓ ରମେଶ ସାହୁ ପ୍ରମୁଖ ଜିଲ୍ଳାପାଳଙ୍କ ସହ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।