ଏମ୍ବିକେ ଓ ବ୍ୟାଙ୍କମିତ୍ରଙ୍କ ଧାରଣା

 ରାଜକନିକା : ସିଆରପି, ଏମ୍ବିକେ ଓ ବ୍ୟାଙ୍କମିତ୍ରଙ୍କ ମିଶନ ଶକ୍ତି କାର୍ଯ୍ୟାଳୟ ଆଗରେ ଗଣଧାରଣ ଦେଇଥିବା ଦେଇଛନ୍ତି । ୬ ମାସ ହେବ ଦରମା ନପାଇବ ସହ ସ୍ଥାଇ ନିଯୁକ୍ତି ଏବଂ ବିଭିନ୍ନ ଦାବୀ ନେଇ ସାରା ଓଡ଼ିଶାରେ ଜୀବିକା ମିଶନ ଅଧୀନରେ କାମ କରୁଥିବା ସିଆରପି ଏମ୍ବିକେ ଓ ବ୍ୟାଙ୍କମିତ୍ର ମାନେ ଏବେ ରାଜ୍ୟର ପ୍ରତ୍ୟକ ବ୍ଲକରେ ଗଣଧାରଣା ଦେଇଥିବା ବେଳେ, ଆଜି ରାଜକନିକା ବ୍ଲକର କାର୍ଯ୍ୟରତ ସମସ୍ତ ସିଆରପି ଏମ୍ବିକେ ଓ ବ୍ୟାଙ୍କ ମିତ୍ର ରାଜକନିକା ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ଦେଇ ଜୀବିକା ମିଶନ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଥିବା ଦେଇଛନ୍ତି । ତେବେ ସିଆରପି ରନôମଞ୍ଜରୀ ମିଶ୍ର, ମିଲି ନାୟକ, ମମତା ସ୍ୱାଇଁ, ଝିଲି ତରାଇ, ଶସ୍ମିତା ବିଶ୍ୱାଳ, ଏମ୍ବିକେ ପୁଷ୍ପଲତା ବେହେରା ଓ ବ୍ୟାଙ୍କମିତ୍ର ଲିପିକା ସାମଲ ଧାରଣରେ ବସିଥିଲେ ।