କେନ୍ଦୁ ଗଣ୍ଡି ବୋଝେଇ ଟ୍ରକ୍ ଜବତ, ଜଣେ ଗିରଫ

  ବଲାଙ୍ଗିର :  ପେଟ୍ରୋଲିଂ ବେଳେ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବିଭାଗୀୟ ସୂଚନା ଅନୁସାରେ ଭୋର୍ ୫ଟା ସମୟରେ ବଲାଙ୍ଗିର ସହରର କଲେଜ ଛକ ନିକଟରେ ବଲାଙ୍ଗିର ରେଞ୍ଜ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦୁ ଗଣ୍ଡି ବୋଝେଇ ଏକ ଟ୍ରକ୍ ନଂ. ଓଆର୍ ୧୫ଏନ୍ ୨୨୮୭କୁ ଜବତ୍ କରାଯାଇଛି । ଏ ଦିଗରେ ଅଧିକ ତଦନ୍ତ କରାଯାଉଥିବା ବିଭାଗୀୟ ସୂଚନାରେ କୁହାଯାଇଛି । ଏହି ମାମଲାରେ ଜଣେ ଅଭିଯୁକ୍ତ ଅଜୟ ସିଂ ଗରିଫ ହୋଇଥିବା ଜଣାପଡିଛି ।