ସଦାଇପାଲିରେ ରାଜ୍ୟସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍ଘାଟିତ

 ବଲାଙ୍ଗିର  : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ସାଇଟ୍ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା’ସମଲେଇଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କ ଦ୍ୱାରା ରାଜ୍ୟସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍ରା ୨୦୨୫ ଉଦ୍ଘାଟିତ ହୋଇଯାଇଛି  । ତାପରେ ଆଜିର ପ୍ରଥମ ନାଟକ ନାଟ୍ୟକାର ରାଜେଶ କୁମାର କାରିଆଙ୍କ ଲିଖିତ ତଥା ଡ. ତୁଷାରଦ୍ନ୍ ସାହୁଙ୍କ ନିଦେ୍ର୍ଦଶିତ "ଅମୃତ ମହୋସôବ" ନାଟକ ସୋହେଲା ଡ୍ରାମା ଚେତନା ସଂସ୍ଥାର କଳାକାର ମାନେ ପରିବେଷଣ କରିଥିଲେ  । ଏହି ନାଟକରେ ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ଉଚିତ ପ୍ରାର୍ଥିଙ୍କୁ ଚୟନ କରି ଶାସନ ଭାର ଦେଲେ ଦେଶ ଠିକ୍ ଚାଲିବ ବୋଲି ବାର୍ତ୍ତାଥିଲା  । ପ୍ରଥମ ନାଟକ ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଙ୍ଗଠକ ହରିନାରାୟଣ ପୁଜାରୀ ଅଧ୍ୟକ୍ଷତା କରିଥିବା ବେଳେ ସଙ୍ଗଠକ ହିମାଂଶୁ ପାଢୀ, ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର,ନିଦେ୍ର୍ଦଶକ ପ୍ରଶାନ୍ତ ଖମାରୀ ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଞ୍ଚାସୀନ ଥିଲେ  । ମୁଖ୍ୟ ଅତିଥି ଭାବରେ ଯୁବନେତା ଗୋପାଲଜୀ ପାଣିଗ୍ରାହୀ ଯୋଗଦାନ କରିଥିଲେ  । ସଂପାଦକ ଡ. ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ନାଟ୍ୟ ନିଦେ୍ର୍ଦଶକ ସ୍ୱର୍ଗତ ବ୍ରଜମୋହନ ମିଶ୍ରଙ୍କ ସ୍ମୃତିରେ ଆଜିର ମଞ୍ଚଟି ସମର୍ପିତ ହୋଇଥିଲା  । ପୁନଶ୍ଚ ନାଟ୍ୟକାର ଚିତ୍ତରଞ୍ଜନ ଦାଶଙ୍କୁ "କୋଶଲ ଗୌରବ ନାଟ୍ୟ ସମ୍ମାନ’ ଓ ଦେବରାଜ ସାହୁଙ୍କୁ "ଭାଷା ସାହିତ୍ୟ ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା  । ୪ ଦିନରେ ମୋଟ ୨ଟି କୋଶଲି ନାଟକ, ୨ଟି ଗୀତିନାଟ୍ୟ ଓ ଗୋଟିଏ ଓଡିଆ ନାଟକ ହେବ ବୋଲି ରାମଜୀ ଯୁବକ ସଂଘ ର ସଭାପତି ଡା. ପ୍ରମୋଦ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ  । ଦ୍ୱିତୀୟ ନାଟକଟି ସେହି ସୋହେଲାର ରାମଲୀଳା କଳାକାର ମାନେ ଅଗସ୍ତି ଭୋଇଙ୍କ ନିଦେ୍ର୍ଦଶନା ରେ "ସୀତାଚୋରୀ’ ଗୀତିନାଟ୍ୟ ପରିବେଷଣ କରିଥିଲେ  । ଆଗରୁ ଶ୍ରୀ ରାମଲୀଳା ପ୍ରାୟ ପ୍ରତ୍ୟେକ ଗ୍ରାମରେ ତଥା ସହରାଞ୍ଚଳରେ ମଧ୍ୟ ହୋଇ ଆସୁଥିଲା  । ଧିରେ ଧିରେ ସେହି ରାମଲୀଳା ବନ୍ଦ ହୋଇଯାଉଛି  । ଏହି ସମୟରେ ରାମଲୀଳା କଳାକାରକୁ ଉସôାହିତ କରିବା ପାଇଁ ଏଠାରେ ରାମଲୀଳାର ଆୟୋଜନ ତଥା ନିଜ ମାତୃଭାଷା କୋଶଲି ଭାଷାରେ ନାଟକ ହେଉଥିବାରୁ ଆଜିକାର ଅତିଥି ବୃନ୍ଦ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ  । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘ ବରିଷ୍ଠ ସଦସ୍ୟ ରମେଶ ନାଏକ, ବିରଞ୍ଚô ସାଏ ତଥା ଆୟୋଜକ କମିଟୀର ସଦସ୍ୟା ତୃପ୍ତିମୟୀ ମିଶ୍ର, ନମିତା ପଟେଲ, ଲୋପାମୁଦ୍ରା ମିଶ୍ର,  ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଅଶୋକ ପଧାନ, ଦେବାଶିଷ ପଟ୍ଟନାୟକ, ଜୟନ୍ତ ପଟେଲ, ତଥା ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ  । ଶେଷରେ ପ୍ରଶାନ୍ତ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ  ।