ବିକାଶ ବାହନ ଯାତ୍ରାକୁ ସ୍ୱାଗତ
ବିଶୋଇ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବକାଶରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ସୂଚନା ପ୍ରଦାନ ନିମନ୍ତେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି । ବିକାଶ ବାହନ ବ୍ଲକର ୧୩ ଗୋଟି ପଞ୍ଚାୟତରେ ପରିକ୍ରମା କାର୍ଯ୍ୟକ୍ରମ ରହିଥିବାବେଳେ ବ୍ଲକ ମୁଖ୍ୟାଳୟରେ ସୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ତୁଳସୀ ଶିକ୍ରି ହାଁସଦା, ବିଧାୟକ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ବିଡ଼ିଓ ସାଗର କୁମାର ମୁର୍ମୁ ପତାକା ହଲେଇ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ । ମଧ୍ୟାହ୍ନରେ ବିଶୋଇ ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ମା’ମାନେ ବିକାଶ ବାହନକୁ ବନ୍ଦାପଣା କରି ସ୍ୱାଗତ କରିଥିଲେ । ଏହି ଅବସରରେ ପଞ୍ଚାୟତ ପ୍ରାଙ୍ଗଣ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସରପଞ୍ଚ କରୁଣା ସାଗର ମାଣ୍ଡି ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଆଶା ବାଡି, ପଛପାଖ ଭତ୍ତା, ବିହନ, କିଶାନ କ୍ରେଡିଟ କାର୍ଡ, ମୃତ୍ତିକା କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରଯାଇଥିଲା । ସମିତି ସଭ୍ୟ କାଶୁ ମାଝି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଅପରାହ୍ନରେ ଯୋଡ଼ିଆ ପଞ୍ଚାୟତବାସୀ ପକ୍ଷରୁ ବିକାଶ ବାହନକୁ ସ୍ୱାଗତ କରିବା ସହ ଯୋଡ଼ିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅବଗତ ହୋଇଥିଲେ ଜନତା । ଏହି ଅବସରରେ ସରପଞ୍ଚ ସାବିତ୍ରୀ ସୋରେନ, ସୟଂ ସହାୟକ ଗୋଷ୍ଠୀ ତଥା ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।