‘ସହାୟକ’ର ବୈଠକ
ବାଲେଶ୍ୱରର ଏକ ପ୍ରମୁଖ ଜନକଲ୍ୟାଣକାରୀ ସଂଗଠନ ସହାୟକର ମାସିକିଆ ବୈଠକ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଡ. କ୍ଷିତୀଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ସାଧାରଣ ସଂପାଦକ ଡ. ଇଂ. ହୃଷିକେଶ ସାହୁ ବିବରଣୀ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପ୍ରାକ୍ତନ ସଭାପତି ଓ ଉପଦେଷ୍ଟା ଇଂ. ବନମାଳୀ ନାୟକ, ଇଂ. ସୁରେନ୍ଦ୍ର ନାଥ ଦାସ, ଅକ୍ଷୟ କୁମାର ତି୍ରପାଠୀ, ଗୁଣାକର ଦେ, ନିରଞ୍ଜନ ପରିଡ଼ା, ଜ୍ଞାନେନ୍ଦ୍ର କୁମାର ସାହୁ ତାଙ୍କ ବକ୍ତବ୍ୟରେ କିଛି ଉପାଦେୟ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ପୃଷ୍ଠପୋଷକ ସଭ୍ୟ ପ୍ରଣବ କୁମାର ଦାସଙ୍କ ବିୟୋଗରେ ଏକ ଶୋକପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ତାଙ୍କ ଉଦେ୍ଦଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ୯୦ବର୍ଷରୁ ଊଦ୍ଧ୍ୱର୍ ସତ୍ୟେନ୍ଦ୍ର କୁମାର ମହାନ୍ତି ଓ ଲୋକନାଥ ଆଚାର୍ଯ୍ୟଙ୍କୁ ପରିଣତ ବୟସରେ ସଭାରେ ଯୋଗ ଦେଇନପାରିଥିବାରୁ ସଭ୍ୟମାନେ ତାଙ୍କ ଘରକୁ ଯାଇ ସାକ୍ଷାତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶ୍ରୀ ଶ୍ୟାମସୁନ୍ଦର ଜେନା, ଶ୍ରୀରାମ ପ୍ରସାଦ ଦାଶ, ଡ. ତାରାକାନ୍ତ ନନ୍ଦ, ଶଚୀନ୍ଦ୍ର ଦାସ, ରବିନାରାୟଣ ଭୋଳ, ଗଙ୍ଗାଧର ପୃଷ୍ଟି, ସୁରେନ୍ଦ୍ର ପ୍ରସାଦ ଧଳ, ସୁକୁମାର ବେହେରା, ଇଂ. କେଶବ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀପି୍ରୟା ଜେନା, ରାଜେନ୍ଦ୍ର ରାଉତ, ବେଣୁଧର ପାଳ, ଇଂ. ଗୌରାଙ୍ଗ ସାହୁ, ଭାଗିରଥୀ ମହାନ୍ତି, ରବିନାରାୟଣ ପାଣିଗ୍ରାହୀ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।