ଫାଣ୍ଡି ଅଧିକାରୀଙ୍କ ପାଇଁ ଦପ୍ତର ପାଲଟିଛି ଡାଇନିଂ ଟେବୁଲ 

 ବ୍ରହ୍ମବରଦା: ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ସହିତ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ସରକାର ଥାନା ଓ ଫାଣ୍ଡି ପ୍ରତିଷ୍ଠା କରିଛନ୍ତି । ଏଥିସହିତ ଥାନା କିମ୍ବା ଫାଣ୍ଡିକୁ ଆସୁଥିବା ଲୋକେ କିପରି ଉଚିତ ସମ୍ମାନ ପାଇବେ ସେ ନେଇ ଗାଇଡ ଲାଇନ ବି ଜାରି କରିଛନ୍ତି । କିନ୍ତୁ ଏପରି କିଛି ଥାନା ଫାଣ୍ଡି ରହିଛି ଯେଉଁଠିକି ଦିନ ଦ୍ୱିପହରରେ ସାଧାରଣ ଲୋକେ କିମ୍ବା ମହିଳାଟିଏ ଆସିବାକୁ କୁଣ୍ଠାବୋଧ କରୁଛି । ସେଠାରେ ପୁଲିସ ଅଧିକାରୀ ଫାଣ୍ଡିର ଦପ୍ତରକୁ ନିଜର ଡାଇନିଂ ଟେବୁଲ ଭାବି ନେଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାନୁଯାୟୀ, ଗତ ରବିବାର ଅପରାହ୍ନରେ ଧର୍ମଶାଳା ଥାନା ଅଧିନ କୋତପୁର ଫାଣ୍ଡିରେ କାର୍ଯ୍ୟରତ ଅଧିକାରୀ ଜଣଙ୍କ ଫାଣ୍ଡି ଦପ୍ତର ଭିତରେ ବସି ଖାଉଥିବା ଭାଇରାଲ ଭିଡିଓଟିରେ ଦେଖିବାକୁ ମିଳିଛି । ତା ଛଡା ଉକ୍ତ ଫାଣ୍ଡି ବାରଣ୍ଡାରେ ଜଣେ ବ୍ୟକ୍ତି ଅର୍ଦ୍ଧ ଉଲଗ୍ନ ଅବସ୍ତାରେ ଶୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଉକ୍ତ ଘଟଣାରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ କିଛି ଫରକବି ପଡୁନି । ଏଥରୁ ସୂଚୀତ ହେଉଛି କି ଦିନ ଦ୍ୱିପହରରେ ଅଧିକାରୀ ଫାଣ୍ଡି ଦପ୍ତରକୁ ନିଜ ଡାଇନିଂ ଟେବୁଲ କରି ସଜେଇ ଥିବା ବେଳେ ସାଧାରଣ ଲୋକେ ସେଠାରୁ କି ପ୍ରକାର ନ୍ୟାୟ ପାଉଥିବେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।