ବିଜେପି ପକ୍ଷରୁ କଳା ଦିବସ ପାଳନ
କେନ୍ଦ୍ରାପଡ଼ା: ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଦ୍ୱାରା ସମଗ୍ର ଦେଶରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିକୁ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ରୂପେ ପାଳନ କରାଯାଇଛି । ଏହାକୁ ବିରୋଧ କରି ସେ ସମୟରେ ଜେଲ ଯାଇଥିବା ବନ୍ଦୀ ମାନଙ୍କୁ ସମ୍ବର୍ନ୍ଧିତ କରାଯାଇ ଥିଲା । ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନ ପରିସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୦ଜଣ ବନ୍ଦୀଙ୍କୁ ଉପଢୌକନ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରିଥିଲେ । ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ନାୟକ କହିଥିଲେ ଯେ, ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ନିଜର ଗାଦି ବଂଚାଇବା ପାଇଁ ଓ ସବୁଦିନ ପାଇଁ ଶାସନ କ୍ଷମତାରେ ରହିବା ପାଇଁ ଗଣତନ୍ତ୍ରକୁ ହତ୍ୟା କରିବା ସହ ବିନା କାରଣରେ ବିରୋଧୀ ଦଳର ତୁଙ୍ଗ ନେତା ମାନଙ୍କୁ ଗିରଫ କରିବା ସହ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କୁ ଜେଲ ରେ ପୁରାଇ ସମଗ୍ର ଦେଶକୁ ଏକ ଜେଲଖାନା ରେ ପରିଣତ କରି ଦେଇଥିଲେ । ଏହି ଅବସରରେ ପଣ୍ଡିତ ହୃଷିକେଶ ରଥ, ରବିନାରାୟଣ ପତି, ହରିଶ ଚନ୍ଦ୍ର ଜେନା ପ୍ରମୁଖ ସେ ସମୟର ବନ୍ଦୀମାନଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଧାନସଭା ନେତ୍ରୀ ଗୀତାଞ୍ଜଳି ସେଠୀ, ଡ଼ଃ କଳ୍ପନା ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।