ଗଞ୍ଜେଇ ଜବତ, ଜଣେ ଗିରଫ 

 ଭବାନୀପାଟଣା : କଳାହାଣ୍ଡି ଏସପିଙ୍କ ନିଦେ୍ର୍ଦଶକ୍ରମେ ଏମ୍ ରାମପୁର ଥାନା ଉର୍ଲାଦାନୀ ଠାରୁ ନାଗଝରି ଗ୍ରାମକୁ ଯିବା ରାସ୍ତା କଡ଼ରେ ଗଞ୍ଜେଇ ଚୋରା ଚାଲାଣ ସମୟରେ ଏମ୍ ରାମପୁର ଥାନା ପୁଲିସ ଚଢାଉ କରି ୧୪ ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ମାରଦିଙ୍ଗ ଗ୍ରାମର ଆଦେଶ ନାଏକ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇ ୧କ୍ୱିଣ୍ଟାଲ ୬୦ କେ.ଜି ହେବ ବୋଲି ପୁଲିସ ସୂଚନା ଦେଇଛି  ।