ଫାର୍ମାସିଷ୍ଟ ତାଲିମ  କାର୍ଯ୍ୟକ୍ରମ ଉଦ୍ୟାପିତ

ଭୁବନେଶ୍ୱର : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସଆଇ) ନିଦେ୍ର୍ଦଶାଲୟ ସହଯୋଗିତାରେ ଇଏସଆଇ ଔଷଧ ବିଶେଷଜ୍ଞ (ଫାର୍ମାସିଷ୍ଟ)ଙ୍କୁ ଦିଆଯାଉଥିବା ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ୨୫ ଜଣ ଫାର୍ମାସିଷ୍ଟ ଯୋଗ ଦେଇଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ଯୋଗ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ପ୍ରଶିକ୍ଷାର୍ଥୀମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ସବ୍ଷ୍ଟୋର ପରିଦର୍ଶନ କରିଛନ୍ତି । ଡା ଜଗତ ଜୀବନ ପତି, ଡା ମିହିର କୁମାର କର, ଡା ମନୋଜ ହାଁସଦା, ବିବେକାନନ୍ଦ ବେହେରା, ଡା ଲକ୍ଷ୍ମୀକାନ୍ତ ଦେବତାଙ୍କ ସମେତ ଅନ୍ୟ ବିଶେଷଜ୍ଞ ପ୍ରମୁଖ ଏହି ତାଲିମ ପ୍ରଦାନ କରିଥିଲେ । ଶେଷରେ କୃତୀ ଇଏସଆଇ ଫାର୍ମାସିଷ୍ଟମାନଙ୍କୁ ଗ୍ରୁପ ଫଟୋ ଓ ପ୍ରମାଣପତ୍ର ରାଜ୍ୟ ଶ୍ରମ ସଂସ୍ଥାନ ନିଦେ୍ର୍ଦଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ନୀତି ରଂଜନ ସେନ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।