ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମୀନାକ୍ଷି

ଭୁବନେଶ୍ୱର  : ରାଜ୍ୟରେ ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଘଟଣାରେ ଛାତ୍ରୀ ମାନେ ନିଆଁରେ ପୋଡିବା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ‘ବେଟି ପଢ଼ାଓ ବେଟିବଚାଓ’ ସ୍ଲୋଗାନ ଦେଉଥିବା ବିଜେପି ସରକାରଙ୍କ ଶାସନରେ ମହିଳା, ଛାତ୍ରୀମାନେ  ସବୁଠାରୁ ଅସୁରକ୍ଷିତ । ସୋ÷ମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବାରୁ ଶେଷରେ ଏଫ୍.ଏମ୍. କଲେଜ ଆଗରେ ନିଜକୁ ଜାଳିଦେଲେ । ଖୋଦ ଉପମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀରେ ଲ ଏଣ୍ଡ ଅର୍ଡର ଭୁଶିଳି ପଡିଥିବା କଂଗ୍ରେସ ଅଭିଯୋଗ କରିଛି  । ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ପିଡ଼ିତା ଛାତ୍ରୀ ଜଣଙ୍କ ୭୨ ଭାଗ ପୋଡି ଯାଇଥିବାବେଳେ ଏମ୍ଏସ୍ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ମୀନାକ୍ଷି ବାହିନି ପତିଙ୍କ ନେତୃତ୍ୱରେ ଏକ ମହିଳା ଦଳ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ । ଆଜିର ଘଟଣାରୁ ସ୍ୱଷ୍ଟ ସ୍ପଷ୍ଟ ପ୍ରତ୍ୟୟମାନ ହୁଏ ଯେ ରାଜ୍ୟ ସରକାର ନାରୀକୁ ସୁରକ୍ଷା ଦେବା ପାଇଁ ଅସମର୍ଥ । ଏଭଳି ସରକାର ଶାସନ ଗାଦିରେ ବସିବାର ସମସ୍ତ ନୈତିକ ଅଧିକାର ହରାଇ ବସିଛନ୍ତି ବୋଲି ଶ୍ରୀମତୀ ବାହିନି ପତି କହିଛନ୍ତି ।