ଫିକି ଏଫଏଲଓ ମହିଳାଙ୍କ ହସ୍ତତନ୍ତର ଶାନ୍ ପ୍ରଦର୍ଶନ

 ଭୁବନେଶ୍ୱର  : ଏଫ୍ଏଲ୍ଓ ବଜାର ୨୦୨୫ର ଦ୍ୱିତୀୟ ଦିବସରେ ଫିକି ଏଫ୍ଏଲ୍ଓ ଭୁବନେଶ୍ୱରର ମହିଳା ଉଦ୍ୟୋମାନେ ରାମ୍ପରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟର ବଳିଷ୍ଠ ପ୍ରଦର୍ଶନ କରିଥିଲେ । ବରହମପୁରି ପାଟ ଠାରୁ, ନୂଆପାଟଣା ଖଣ୍ଡୁଆ, ଗୋପାଳପୁର, କୋଟପାଡ଼, ସୋନପୁର, ବଲାଙ୍ଗୀର ଏବଂ ଆହୁରି ଅନେକ ଆକର୍ଷଣୀୟ ଭାବରେ ବୁଣା ଯାଇଥିବା ପୋଷାକ ପରିଧାନ କରି ଅଂଶଗ୍ରହଣକାରୀମାନେ ଓଡ଼ିଶା ବୁଣାକାରମାନଙ୍କ ଉକôର୍ଷ କଳା ଓ ବିବିଧତାକୁ ପାଳନ କରିଥିଲେ ।
ରାମ୍ପ୍ ୱାକରେ ଶାଢି, ଜ୍ୟାକେଟ ଏବଂ ହସ୍ତତନ୍ତ ଦ୍ୱାରା ଅନୁପ୍ରେରିତ ପାଶ୍ଚାତ୍ୟ ଓ ସ୍ୱଦେଶୀ ପୋଷାକ ଗୁଡିକ ସ୍ଥାନ ପାଇଥିଲା, ଯାହା ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା ଏବଂ ରେଶମ ଓ କାର୍ପାସ କପଡ଼ାର ଚିରନ୍ତନ ସୌନ୍ଦର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲା ।  ଏହି ଅବସରରେ ଏଫ୍ଏଲ୍ଓ ଭୁବନେଶ୍ୱର ଚେୟାର ପର୍ସନ ଡ଼ ପ୍ରଜ୍ଞା ପାରମିତା ମିଶ୍ର କହିଥିଲେ, ଓଡ଼ିଶାର ହସ୍ତତନ୍ତ କେବଳ କପଡା ନୁହେଁ, ଏହା ଐତିହ୍ୟ, ଜୀବିକା ଏବଂ ପରିଚୟ ।