ଆସାମରେ ବର୍ଷିଲେ ମୋଦି: ପାକିସ୍ତାନର ମିଛକୁ ଏଜେଣ୍ଡା କରିଛି କଂଗ୍ରେସ


ଗୌହାଟୀ:  ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ରବିବାର ଦିନ ଆସାମର ଦରାଙ୍ଗ ଜିଲ୍ଲାରେ ଏକ ସାଧାରଣ ସଭାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି ।  ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନିରନ୍ତର ଦେଶ ବିରୋଧୀ ଶକ୍ତି ଓ ପାକିସ୍ତାନ ଦ୍ୱାରା ସୃଷ୍ଟ ଆତଙ୍କବାଦୀଙ୍କ ପକ୍ଷ ନେଇଛି । ଆମର ସାହସୀ ଯବାନଙ୍କ ସହିତ ଠିଆ ହେବା ପରିବର୍ତ୍ତେ କଂଗ୍ରେସ ଅନୁପ୍ରବେଶକାରୀ ଓ ଭାରତର ଏକତାକୁ ବିପଦରେ ପକାଇଥିବା ଲୋକଙ୍କୁ ସବୁବେଳେ ସମର୍ଥନ କରି ଆସୁଛି । ଏହି ଦଳ ବାରମ୍ବାର ଦେଶ ବିରୋଧୀ ଶକ୍ତିକୁ ଆଶ୍ରୟ ଦେଇଛି । କଂଗ୍ରେସ ଶାସନ ସମୟରେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦେଶରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲୁଥିଲା । ଯାହାର କୁପ୍ରଭାବ ଦେଶର ଅର୍ଥନୀତି, ଜନସଂଖ୍ୟା ଓ ଦେଶର ଭୌଗଳିକ ସ୍ଥିତି ଉପରେ ପଡି ଚାଲିଛି । କଂଗ୍ରେସର ଭୁଲକୁ ଏବେ ସୁଧାରୁଛି ବିଜେପି । ବିରୋଧୀ ଯେତେ ଚେଷ୍ଟା କଲେ ବି ଦେଶରେ କେହି ଜଣେ ହେଲେ ଅନୁପ୍ରବେଶକାରୀ ରହିବେ ନାହିଁ । ବିଜେପି ଅନୁପ୍ରବେଶକାରୀଙ୍କୁ ଜମି ହଡ଼ପ କରିବାକୁ କିମ୍ବା ରାଜ୍ୟର ଜନସଂଖ୍ୟା ପରିବର୍ତ୍ତନ କରିବାକୁ ଅନୁମତି ଦେବ ନାହିଁ ବୋଲି ମୋଦି ଦୃଢ ସ୍ୱରରେ କହିଥିଲେ ।
ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି ଆସାମରେ ବିଜେପି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ "ସେହି ଭୁଲଗୁଡ଼ିକୁ ସଂଶୋଧନ କରିବା ଓ ଅବୈଧ ଦାବିଗୁଡ଼ିକୁ ହଟାଇବା’ ଆରମ୍ଭ କରିଛନ୍ତ ।  ପୂର୍ବ କଂଗ୍ରେସ ସରକାର ସମୟରେ ଚାଷୀଙ୍କ ଜମି ଓ ପୂଜାସ୍ଥଳ ଉପରେ ଜବରଦଖଲ କରାଯାଇଥିଲା । ଆସାମରେ ଅନୁପ୍ରବେଶକାରୀଙ୍କଠାରୁ ଲକ୍ଷ ଲକ୍ଷ ଏକର ଜମି ପୁନରୁଦ୍ଧାର କରାଯାଇଛି । ବିଜେପିର ଉଦେ୍ଦଶ୍ୟ ହେଉଛି ଦେଶକୁ ଅନୁପ୍ରବେଶକାରୀଙ୍କଠାରୁ ରକ୍ଷା କରିବା ଓ ଏହାର ଅଖଣ୍ଡତାକୁ ପୁନରୁଦ୍ଧାର କରିବା ।  ଯେଉଁମାନେ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦିଅନ୍ତି ସେମାନଙ୍କୁ ମୂଲ୍ୟ ଦେବାକୁ ପଡିବ; ଦେଶ ସେମାନଙ୍କୁ କ୍ଷମା କରିବ ନାହିଁ ବୋଲି ମୋଦି କହିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି, ଅପରେସନ ସିନ୍ଦୂର ସମୟରେ ଆମର ସେନା ସାରା ପାକିସ୍ତାନରେ ଆତଙ୍କୀ ଆଡ୍ଡାଗୁଡ଼ିକୁ ମୂଳପୋଛ କରିଥିଲା,  କିନ୍ତୁ କଂଗ୍ରେସ ପାକିସ୍ତାନର ସେନା ସହିତ ରହିବାକୁ ବାଛିଛି । ଆମ ବାହିନୀ ସହିତ ଠିଆ ହେବା ପରିବର୍ତ୍ତେ, କଂଗ୍ରେସ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ଏଜେଣ୍ଡାକୁ ଆଗକୁ ବଢାଉଛି । ସେ ଅପରେସନ ସିନ୍ଦୂରକୁ ମାଆ କାମାକ୍ଷା ଓ ଭଗବାନ କୃଷ୍ଣଙ୍କ ପ୍ରତି ସମର୍ପିତ ଏକ ବିପୁଳ ସଫଳତା ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଭାରତ ରନô ପୁରସ୍କାରକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ଭାରତ ରନô ପୁରସ୍କାରପ୍ରାପ୍ତ ଭୂପେନ ହଜାରିକାଙ୍କୁ କଂଗ୍ରେସ ଅପମାନ କରିଥିବାରୁ ସେ ବ୍ୟଥିତ ବୋଲି କହିଛନ୍ତି ।
ଯେତେବେଳେ ଭାରତ ସରକାର ଆସାମର ଗର୍ବ ଭୂପେନ ଦା ହଜାରିକାଙ୍କୁ ଭାରତ ରନô ପ୍ରଦାନ କରିଥିଲେ, କଂଗ୍ରେସ ନେତା କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ନୃତ୍ୟଶିଳ୍ପୀ ଏବଂ ଗାୟକମାନଙ୍କୁ ଭାରତ ରନô ପ୍ରଦାନ କରନ୍ତି । ୧୯୬୨ ମସିହାରେ, ଯେତେବେଳେ ଭାରତ-ଚୀନ୍ ଯୁଦ୍ଧ ହୋଇଥିଲା, (ପୂର୍ବତନ ପ୍ରଧାନମନ୍ତ୍ରୀ) ପଣ୍ଡିତ ଜବାହରଲାଲ ନେହରୁ (ଚୀନ୍ ଆକ୍ରମଣ ସମୟରେ) ମନ୍ତବ୍ୟ ଦେଇଥିଲେ । ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ କ୍ଷତ ଏପର୍ଯ୍ୟନ୍ତ ଶୁଖିନାହିଁ । ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଭାବପ୍ରବଣ ଧାରାକୁ ମଧ୍ୟ ଆଘାତ କରିବାକୁ ଚେଷ୍ଟା କରିଥିଲେ, କହିଥିଲେ, "ମୋ ପ୍ରତି ସେମାନେ ଯେତେ ଗାଳି ଦେଲେ ମଧ୍ୟ, ମୁଁ ଭଗବାନ ଶିବଙ୍କ ଭକ୍ତ; ମୁଁ ସେ ସବୁ ବିଷକୁ ଗ୍ରହଣ କରେ । କିନ୍ତୁ ଯେତେବେଳେ ଅନ୍ୟ କାହାକୁ ଅପମାନିତ କରାଯାଏ, ମୁଁ ଏହାକୁ ସହ୍ୟ କରିପାରିବି ନାହିଁ ।  ଆସାମର ଦ୍ରୁତ ଆର୍ଥିକ ପ୍ରଗତି ଉପରେ ଆଲୋକପାତ କରି ମୋଦି କହିଛନ୍ତି ଯେ ରାଜ୍ୟ ୧୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି, ଯାହା ଏହାର ଲୋକଙ୍କ ସ୍ଥିରତା ଓ କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର "ଡବଲ-ଇଞ୍ଜିନ୍ ସରକାର’ ଉଭୟକୁ ଶ୍ରେୟ ଦେଇଛି । ଏହି ଅବସରରେ ମୋଦି ୧୮୫୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳର ଭିତ୍ତିଭୂମି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।