ଭାଉଜ ହତ୍ୟାକରୀକୁ ଆଜୀବନ
ଢେଙ୍କାନାଳ: ଏକ ପାରିବାରିକ କଳହରୁ ଗତ ୨୦୨୦ ମସିହାରେ ଭାଉଜକୁ ହତ୍ୟାକରିଥିବା ଦିଅର ସୁରେଶ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ସୁରେଶ ଏକ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମାନ୍ୟବର ଅତିରିକ୍ତ ଦୌରାଜଜ୍ ପ୍ରଣତି ଶାହା ଢେଙ୍କାନାଳ ସିଟି (ଏସଏସ) କେସ୍ ନଂ ୩୩/୨୦ ର ରାୟ ପ୍ରକାଶ କରି ଆସାମୀ ସୁରେଶ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମନା ଓ ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ରକରି ଗତ ୨୦୨୦ ମସିହା ମେ ମାସ ୫ ତାରିଖ ସଖାଳ ୭ ଘଟିକା ସମୟରେ ତୁଳସି ବେହେରା ତା ଘରକୁ ପ୍ରବେଶ କରୁଥିବା ବେଳେ କବାଟ ପାଖରେ ତା ଦିଅର ସୁରେଶ ବେହେରା ହଠାତ୍ ଏକ କଟୁରୀରେ ଚୋଟ ମାରିଥିଲା । ସେହି ସମସୟରେ ତୁଳସି ବେହେରା ପ୍ରତିବାଦ କରିବାରୁ ତାର ଡାହାଣ ହାତ କଟି ଯାଇଥିଲା । ତା ପରେ କଟୁରୀରେ ତା ବେକକୁ ଚୋଟ ମାରିବାରୁ ଘଟଣାସ୍ଥଳରେ ତାଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ତୁଳସୀର ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତିକରି ସଦର ଥନାରେ ୧୬୭ /୫.୫.୨୦୨୦ ଭି/ଏସ ୩୦୨ ଆଇପିସିରେ ଏକ କେସ୍ ରୁଜୁ ହୋଇଥିଲା । ଏହି କେସରେ ମୋଟ ୧୨ଟି ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ପ୍ରଣତି ଶାହା ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅକ୍ଷୟ ଭୋଇ ଏହି ମାମାଲାକୁ ପରିଚାଳନା କରୁଥିଲେ ।