ବକି୍ର ଇଦ୍ ପାଳନ ପାଇଁ ପ୍ରସ୍ତୁତି
କଟକ : ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆସନ୍ତା ବକି୍ର ଇଦ ପାଳନ ସୁରୁଖୁରୁରେ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ସହରର ଭିନ୍ନ ଭିନ୍ନ ଅଂଚଳରୁ ଆସିଥିବା ମୁସଲିମ ସଂପ୍ରଦାୟର ବହୁ ବ୍ୟକ୍ତି ଏହି ବୈଠକରେ ଯୋଗ ଦେଇଥିଲେ । କଟକ ମହାନଗର ଅଂଚଳରେ ମୁସଲିମ ସଂପ୍ରଦାୟ ବସବାସ କରୁଥିବା ସ୍ଥାନର ରାସ୍ତାଘାଟ, ପରିମଳ, ସ୍ୱଚ୍ଛତା, ଆଲୋକୀକରଣ ଓ ୨୪ଘଂଟିଆ ପାନୀୟଜଳ ଯୋଗାଣ ପାଇଁ ବୈଠକରେ ଦାବି କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଦମୟନ୍ତୀ ମାଝି, କମିଶନର ଅନାମ ଚରଣ ପାତ୍ର, ପ୍ରଦୀପ୍ତ ଖୁଣ୍ଟିଆ, ଏସ ଶ୍ରୀଦେବୀ, ମୋନାଲିସା ଦାସ, ଅତିରିକ୍ତ ଆୟୁକ୍ତ ସୋନା ଟୁଡ଼ୁ, ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର, ଏକ୍ରାମ ହୁସେନ, ମହମ୍ମଦ ସକିଲ, ରମଜାନ ଖାନ, ରିଆଜ ଖାଁ, ମହମ୍ମଦ ପୁନି, ଇସାଦ ଖାଁ, ମହମ୍ମଦ କାଦିର, ମାଜିଦ ମହମ୍ମଦ, ସାଜିଦ ହୁସେନ, ଇସାକ ଖାଁ, ମୁସ୍ତାକିମ ବକ୍ସଙ୍କ ସମେତ ମୁସଲିମ ସଂପ୍ରଦାୟର ବହୁ ମୁରବୀ ଉପସ୍ଥିତ ଥିଲେ ।