ଗାଡ଼ି ଧକ୍କା ୨ ମୃତ
ଭୁବନେଶ୍ୱର : ବଣାଇ ଅନ୍ତର୍ଗତ ଲହୁଣୀପଡ଼ା ଥାନାର ଆମରୂଢ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିକଅପ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍ ମାଲିକଙ୍କ ସହିତ ହେଲପରଙ୍କର ମୃତୁ୍ୟ ହୋଇଛି । ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଜୁନିୟାନି ଗ୍ରାମର ସଲିମ ଅନସାରୀ । ଅନ୍ୟ ଜଣକ ପରିଚୟ ମିଳିନଥିବାବେଳେ ଗୁରୁତରମାନେ ଜୁନିୟାନି ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ୍ ପହଁଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।