ଆଦିବାସୀ କଲ୍ୟାଣ କେନ୍ଦ୍ର ଉଦ୍ଘାଟିତ
ସାରସକଣା : ସ୍ଥାନୀୟ ଝାରପୋଖରିଆ ନିକଟସ୍ଥ ଗଦାଧରପୁର ଗ୍ରାମରେ ଜାତୀୟସ୍ତରୀୟ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଭାରତ ସେବାଶ୍ରମ ସଂଘର ଆଦିବାସୀ କଲ୍ୟାଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ସଭାପତି ସ୍ୱାମୀ ଅମ୍ବିକାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମୟୁରଭଞ୍ଜ ଡକ୍ଟର ବିଜୟ କୁମାର ଦାସ ଯୋଗ ଦେଇ ଆଦିବାସୀ କଲ୍ୟାଣ କେନ୍ଦ୍ରର ଭ୍ରାମ୍ୟମାଣ ଚିକିସôା ଏକକକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦାର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ଯୋଗ ଦେଇଥିବାବେଳେ ଦୁମକା ସଙ୍ଘ ଶାଖାର ସମ୍ପାଦକ ସ୍ୱାମୀ ନିତ୍ୟାବ୍ରତନନ୍ଦଜୀ ମହାରାଜ, ସ୍ୱାମୀ ପ୍ରଜ୍ଞାନନ୍ଦଜୀ ମହାରାଜ, ପୁରୀ ଶାଖାରୁ ଶ୍ରେୟାସାନନ୍ଦଜୀ ମହାରାଜ, ସଞ୍ଜୟ ମହାନ୍ତ, କୁଞ୍ଜବିହାରୀ ସେଠୀ, ସୁଶୀଲ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଶୋକ କୁମାର ପୁଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ଲଷ୍ମୀପ୍ରସାଦ ମହାନ୍ତ ସ୍ୱାଗତ ସମ୍ଭାଷଣ, ସୁନନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ, ଖଡ଼ିକା, ଝାରଖଣ୍ଡ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।