ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

 କପ୍ତିପଦା :  କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଦୁଇ ଦିନ ପୂର୍ବରୁ ପୋଲିସ କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ଆଉ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ମାନେ ହେଲେ କପ୍ତିପଦା ଅଞ୍ଚଳର ହେମନ୍ତ ବେହେରା ସମୀର ରାଉତ ଏବଂ ଟାଟୋ ମହାନ୍ତି । ଗିରଫ ଅଭିଯୁକ୍ତମାନେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରିଥିବା ମାଫିଆ । ସିସିଟିଭିରେ ଧରା ପଡ଼ିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣ ଏବେ ସୁଦ୍ଧା ଧରା ପଡ଼ିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି । ୧୫ରୁ ଅଧିକ ମାଫିଆ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିବା ବେଳେ ପୋଲିସ ଏବେ ସୁଦ୍ଧା ୬ ଜଣ ଆକ୍ରମଣକାରୀଙ୍କୁ ଧରିପାରିଛି । ତଦନ୍ତ ଜାରି ରହିଥିବା ବେଳେ ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ନାଏକ ।