ଗଣେଶ ପୂଜା ପାଇଁ ପୁଲିସ ପ୍ରସ୍ତୁତି
କଟକ ଜିଲ୍ଲା ଚୌଦ୍ୱାର ଗାନ୍ଧି ଛକ ଠାରେ ଥିବା ପୌର ଟାଉନହଲ ଠାରେ କଟକ କମିଶନରେଟ ପୁଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜୋନ୍ ୱାନ ଏସିପି ଅରୁଣ ସ୍ୱାଇଁ ଓ ଚୌଦ୍ୱାର ଥାନାଧିକାରୀ ବିଶ୍ୱ ରଞ୍ଜନ ସାହୁଙ୍କ ଚଳିତ ବର୍ଷ ଗଣେଶ ପୂଜା ପାଇଁ ହାଇକୋର୍ଟଙ୍କ ନିୟମାବଳୀ ସମ୍ପର୍କରେ ବିଭିନ୍ନ କ୍ଲବର ମେମ୍ବରମାନଙ୍କୁ ବୁଝାଇଥିଲେ । ଚଳିତ ବର୍ଷ ଗଣେଶ ପୂଜା ତା ୨୭ ତାରିଖ ଦିନ ପାଳନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟଳୟଙ୍କ ନିଦେ୍ର୍ଦଶାନୁସାରେ ସମସ୍ତ ଗଣେଣ ପୂଜା ଶେଷ ହେବା ପରେ ପଡୁଥିବା ରବିବାର ଠାରୁ ଆରମ୍ଭ କରି ଲଗାତାର ଭାବେ ମୋଟ ତିନି ଗୋଟି ତାରିଖରେ ବିସର୍ଜନ କରାଯିବ । ଯେପରି ଭାବେ ଜନସାଧାରଣଙ୍କ ଯାତାଯତରେ କୌଣସି ଅଧୁବିଧା ନହୁଏ । ଗତ ବର୍ଷ ବିସର୍ଜନ ପାଇଁ ଚାରିଗୋଟି ତାରିଖ ଦିଆଯାଇଥିବାବେଳେ ଚଳିତ ବର୍ଷ ତିନୋଟି ତାରିଖ ଦିଆଯାଇଛି । ଯେଉଁ କ୍ଲବ ଗୁଡିକ ଶେଷ ତାରିଖରେ ବାଜା ଓ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟ ଗୁଡିକ ବଇନା ଦିଆଯାଇଛି, ସେମାନେ ଅସୁବିଧାରେ ପଡିବା ସହିତ ନିରାଶ ହୋଇ ଶେଷରେ ମୂର୍ତ୍ତି ଗୁଡିକୁ ପାଣିରେ ବିସର୍ଜନ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ପାର୍ବଣର ଦୁଇ ମାସ ଆଗରୁ ପ୍ରସ୍ତୁତି ବୈଠକ କରିବା ପାଇଁ କମିଶନରେଟ ପୁଲିସ ପାଖରେ ପ୍ରସ୍ତାବ ରଖିଛନ୍ତି ।