ବଜରଙ୍ଗ କପ୍ କ୍ରିକେଟ୍ ଉଦ୍ୟାପିତ:  ରାଉଲକେଲା ଚାମ୍ପିଅନ୍

ଦେବଗଡ଼ : ଦେବଗଡ଼ ପୌରାଞ୍ଚଳର ମହୁଲଢିପାସାହିର ନାଳ ପଡ଼ିଆଠାରେ ଚାଲିଥିବା ମହାବୀର କ୍ଲବ୍ ପକ୍ଷରୁ ବଜରଙ୍ଗ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ କେନ୍ଦୁଝର ସହିତ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଉଲକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ କେନ୍ଦୁଝର ଦଳ ସମସ୍ତ ୱିକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲା । ତେବେ ମ୍ୟାଚ୍ରେ ରାଉଲକେଲା ଦଳ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିଲା । ମ୍ୟାଚ୍କୁ ମୁକେଶ ଦଲେଇ ଓ ଦିଲୁ ଦାସଭାୟା ପରିଚାଳନା କରିଥିଲେ । ଆଲୋକ ମାହାପାତ୍ର ସ୍କୋରର ଥିବାବେଳେ ବେଣୁଧର ଗଡନାୟକ ଓ ରାଜେନ୍ଦ୍ର ଦେବ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଲବ୍ର ସଭାପତି କାର୍ତ୍ତିକ ମହାକୁଳ ଏବଂ ଉପସଭାପତି ପ୍ରିତମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ୟାପନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଇଂ ସୁଜିତ ପ୍ରଧାନ, କାଉନସିଲର ଇତିଶ୍ରୀ ମିଶ୍ର, ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବ, ବିଜେପି ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟ, ଯୁବ ନେତା ସୁଧିର ବ୍ରହ୍ମା, ଭୋଳେଶ୍ୱର ପ୍ରଧାନ, ଶୁକଦେବ ଭଞ୍ଜ, ଚଷା ସମାଜର ସଭାପତି ଚୂଡାମଣି ସାହୁ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । କ୍ଲବର ସମ୍ପାଦକ ରାଜୀବ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୌମ୍ୟକାନ୍ତ ପ୍ରଧାନ, ସୁଶୀଲ ଦେବ, ରାକେଶ ଦାଶ, ଭରତ ସାହୁ, ରାଜେଶ ବେହେରା, ରାକେଶ ବେହେରା, ଅଜିତ ଦଣ୍ଡିଆ, ଲିପୁନ ନାୟକ, ତନ୍ମୟ ଦାଶ, କାହ୍ନା ଦେବ, ତନ୍ମୟ ଘୋଷ, ଅବିନାଶ ପ୍ରଧାନଙ୍କ ସମେତ କ୍ଲବ୍ର ସଦସ୍ୟମାନେ ସହଯୋଗ କରିଥିଲେ ।