ମା’ ବିରାଟେଶ୍ୱରୀ ଏବଂ ସିଦ୍ଧାଦାତ୍ରୀ ଚଣ୍ଡୀଙ୍କ ଅଷ୍ଟମୀ ପୂଜା 

ାା ପ୍ରଭାନୁ୍ୟଜ୍ ।ା କପ୍ତିପଦା: କପ୍ତିପଦାରେ ମା’ ବିରାଟେଶ୍ୱରୀ ଏବଂ ମା’ ସିଦ୍ଧିଦାତ୍ରୀ ଚଣ୍ଡୀଙ୍କ ଅଷ୍ଟମୀ ପୂଜା ପାଳିତ ହୋଇଯାଇଛି  । ମୂଳାଷ୍ଟମୀଠାରୁ ୮ଦିନ ପର୍ଯ୍ୟନ୍ତ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ସ୍ନାନ, ଉପଚାର, ଚଣ୍ଡୀପାଠ, ଭୋଗ, ଆଳତୀ ଅନୁଷ୍ଠିତ ହେଉଥିବାବେଳେ ଅନ୍ୟ ଦିନମାନଙ୍କରେ ମା’ଙ୍କର ଚାରି ପ୍ରହର ପୂଜା ଅନୁଷ୍ଠିତ ହୋଇଥିଲା  । ବିଶେଷ କରି ଅଷ୍ଟମୀ ଦିନରେ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ବହୁ ଅଞ୍ଚଳର ଲୋକ ମା’ଙ୍କ ନିକଟରେ ଆସି ପୂଜାର୍ଚ୍ଚନା କରିଥିଲେ । ଅଷ୍ଟମୀ ଦିନ ସର୍ବସାଧାରଣ ପୂଜା ସରିବା ପରେ ପ୍ରଥମ ପ୍ରହର ପୂଜା ହୁଏ  । ଏହାପରେ ଠାକୁରାଣୀଙ୍କ ପାଇଁ ବନ୍ଦାଣିଆ ଭାର ଆସିବା ପରେ ବଡ଼ ପୂଜା ଆରମ୍ଭ ହୁଏ  । ୧୦୦୮ ଜଳରେ ମହାସ୍ନାନ ହେବା ପରେ ନିଶାର୍ଦ୍ଧ ରାତି୍ରରେ ମା’ଙ୍କର ପୂଜା ତାନ୍ତ୍ରିକ ମତରେ ଅନୁଷ୍ଠିତ ହୋଇଥାଏ  । ତତ୍ପରେ ମନ୍ଦିର ବାହାରେ ମଞ୍ଚାସ୍ନାନ ଅନୁଷ୍ଠିତ ହୋଇଥାଏ  । ପଞ୍ଜିକାରମାନଙ୍କ ନିଦେ୍ର୍ଦଶାନୁସାରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥାଏ  । ଦଶମୀରେ ମା’ଙ୍କ ପୂଜାର ପୂର୍ଣ୍ଣାହୁତି ହେବାପରେ ରାଜପରିବାର ସଦସ୍ୟ ମା’ଙ୍କୁ ଏକ ସୁସଜ୍ଜିତ ବିମାନରେ ନେଇ ଲାଖବିନ୍ଧାରେ ବାହାରନ୍ତି ଏବଂ ସେଠାରୁ ଫେରିବା ପରେ ମା’ଙ୍କର ଶାରଦୀୟ ପୂଜା ଶେଷ ହୋଇଥାଏ  ।