ପ୍ରଧାନଶିକ୍ଷକଙ୍କ ପରଲୋକ 

ବଲାଙ୍ଗୀର : ପତିତପାବନ ଏକାଡେମୀର ପୂର୍ବତନ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଗତ ଦୁଇ ଦିନ ତଳେ ଭର୍ତ୍ତୀ କରାଯାଇଥିଲା । ଡ଼ାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜଣେ  ଅମାୟିକ ବ୍ୟକ୍ତିତ୍ୱ, ଆଦର୍ଶ ଶିକ୍ଷକ, କ୍ରୀଡାବିତ୍ ଓ  ସାଲିସବିହୀନ ନୀତିନିଷ୍ଠ ବ୍ୟକ୍ତି ଭାବରେ ସେ  ବଲାଙ୍ଗୀର ଜିଲ୍ଲାରେ ପରିଚିତ ଥିଲେ । ଶିକ୍ଷା ପ୍ରତି ତାଙ୍କ ଜୀବନ ସମର୍ପିତ ଥିବା ବେଳେ ତାଙ୍କ ଉଚ୍ଚÿକୋଟୀର ଶିକ୍ଷାଦାନ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ମୃତୁ୍ୟ ଶଯ୍ୟାରେ ତାଙ୍କର ଧର୍ମପନôୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦୀକ୍ଷିତଙ୍କ ସମେତ ୩ ପୁତ୍ର, ପୁତ୍ରବଧୂ ଓ  ଦୀକ୍ଷିତ ପରିବାରର ସଦସ୍ୟ ମାନେ ଉପସ୍ଥିତ ।