ବନ ମହୋତ୍ସବ ସପ୍ତାହ ପାଳିତ

 ରାଜକନିକା: ଓଳାଭର କଲେଜରେ ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ବନ ମହୋତ୍ସ ସପ୍ତାହ ପାଳିତ ହୋଇଛି । ଏଥିରେ ମୁଖ୍ୟଅତିଥି ଓଳାଭର କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରା ଯୋଗଦେଇ ଗଛ କାହିଁକି ଲଗାଇବା ଦରକାର, ଗଛ ଲଗାଇବା ଦ୍ୱାରା ସମାଜରେ କ’ଣ ଲାଭ ହୁଏ ଓ ଗଛ କିପରି ଆମ ଜୀବନକୁ ବଞ୍ଚାଉଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗ ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୁରଲୀଧର କର, ଯୁବ ରେଡ୍କ୍ରସ କାଉନସିଲର ଅଧ୍ୟାପକ ପ୍ରତାପ ବିଶ୍ୱାଳ, ଜୁନିଅର ରେଡକ୍ରସ ସଂଯୋଜକ ଡ. ବସନ୍ତ ମଲିକ, ଜାତୀୟ ସେବା ସଂସ୍ଥା ଦୁଇ ସଂଯୋଜକ ଅଧ୍ୟାପକ ମହେନ୍ଦ୍ର ନାଥ ମଲିକ ଓ ମୁଧୂସୁଧନ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ । ପରେ ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀ ମିଶି ଏକ ଶୋଭାଯାତ୍ରାରେ ଓଳାଭର ମାର୍କେଟ ପରିକ୍ରମା କରିବା କଲେଜର ନୂଆ କ୍ୟାମ୍ପାସ ଠାରେ ୨୦୦ ବୃକ୍ଷ ରୋପଣ କରିଥିଲେ ।