ବନଖଣ୍ଡ ବିଭାଗ ପକ୍ଷରୁ ପକ୍ଷୀ ଗଣନା
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷରୁ ଜଳ ଉସôରେ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଅଛି । ଖଡିଆଳ ରେଞ୍ଜ ଅଧିନସ୍ଥ ତିଖାଲି ଜଳରାଶିରେ ପକ୍ଷୀ ଗଣନା କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଖଡିଆଳ ଡିଏଫଓ ଅଜିଜ ଖାନ୍ଙ୍କ ସମେତ ତାଙ୍କ କର୍ମଚାରୀ ମାନେ ଏହି ପକ୍ଷୀ ଗଣାନ କାର୍ଯ୍ୟରେ ଯୋଗ ଦେଇଥିଲେ । ୯ ଗୋଟି ଦଳ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିବା ବେଳେ ପକ୍ଷୀ ମାନେ ଏକ ସୁସ୍ଥ ଏବଂ ନିର୍ମଳ ପରିବେଶ ରେ ନିଜ ବାସସ୍ଥାନ ବନାଇଛନ୍ତି । ତେଣୁ ଜଳ ପକ୍ଷୀ, ସ୍ଥଳ ପକ୍ଷୀ ଏବଂ ବିଦେଶୀ ପକ୍ଷୀ ଗଣନା କରୁଛନ୍ତି । ଗୋଟିଏ ଦଳରେ ପାଞ୍ଚ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଜଳ ଉସôରେ ତିନି ଗୋଟି ସମୟ ପ୍ରାତଃ, ସକାଳ, ମଧ୍ୟାର୍ଣ୍ଣ ଏବଂ ସନ୍ଧ୍ୟାରେ ତାଙ୍କ ଆଶ୍ରୟ ସ୍ଥଳୀ, ପକ୍ଷୀର ବାସସ୍ଥାନରେ ଗଣନା କାର୍ଯ୍ୟ ଚାଲୁ ରହିଅଛି ।