ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପରଲୋକ
କେନ୍ଦ୍ରାପଡା : ବଡ ଠାକୁର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସେବକ ତଥା କେନ୍ଦ୍ରାପଡା ପୈାରସଂସ୍ଥା ୩ନଂ ୱାର୍ଡର ପୂର୍ବତନ କାଉନସିଲର ଓ ଲୋକପ୍ରିୟ ପ୍ରାକ୍ତନ ପ୍ରଧାନଶିକ୍ଷକ ହରେକୃଷ୍ଣ ପଣ୍ଡାଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଚିିକିସôାଧୀନ ଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଚଳଚଞ୍ଚଳ ରହିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରି ଲୋକପ୍ରିୟ ହୋଇ ପାରିଥିଲେ । ଖବରପାଇ ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସମାଜସେବୀ ରଂଜିତ ସାହୁ, ପୂର୍ବତନ କାଉନସିଲର ସୈାମେନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ବଡମଙ୍ଗଳା ସ୍ଥିତ ତାଙ୍କ ବାସଭବନ ରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଚକଡା ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା । ବଡପୁଅ ଭବାନୀ ପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ ।