ଆସ୍ଥାନକୁ ଫେରିଲେ ମହାବାହୁ

 ବୁଗୁଡା :  ଆସ୍ଥାନକୁ ଫେରିଛନ୍ତି ତିନି ଠାକୁର । ମଝି ଦାଣ୍ଡରେ ଅଟକି ଥିବା ରଥକୁ ଭକ୍ତଙ୍କ ଗହଣରେ ଟଣା ହୋଇ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ସକାଳେ ମଙ୍ଗଳ ଆଳତି, କାଠି ଆଳତି, ଠାକୁରଙ୍କୁ ପୁରୁସୂକ୍ତ ମନ୍ତ୍ରରେ ସ୍ନାନ ପରେ ବାଳ ଭୋଗ ଏବଂ ମହାଲକ୍ଷ୍ମୀଙ୍କ ଅନ୍ନ ଭୋଗ ପରେ ଅପରାହ୍ନରେ ପୁରୋହିତଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀ ଭେଟ, ମାଉସୀ ମା' ପୋଡ଼ପିଠା ଭୋଗ ପରେ ରଥ ପରିକ୍ରମା କରି ମହାଲକ୍ଷ୍ମୀ ଚାହାଣି ମଣ୍ଡପରେ ବିଜେ କରିଥିଲେ । ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ରଥ ସିଂହଦ୍ୱାର ନିକଟରେ ପହଞ୍ଚôଥିଲା । ସନ୍ଧ୍ୟା ଆଳତି ପରେ ତିନି ଅଧର ପଣା କାର୍ଯ୍ୟ ଶେଷ ହେବା ପରେ ତିନି ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ମହାଲକ୍ଷ୍ମୀ କବାଟ କିଳି ଦେଇଥିଲେ  । ଏହାପରେ ଗୁଣ୍ଡିଚା ବିଜେ ପୁରାଣ ପାଠ ହୋଇଥିଲା । ପ୍ରଥମେ ବଳଦେବ ଓ ଦ୍ୱିତୀୟରେ ଜଗନ୍ନାଥ ଓ ସୁଭଦ୍ରା ଲକ୍ଷ୍ମୀଙ୍କୁ ଭେଟି ତାଙ୍କର ମାନ ଭଞ୍ଜନ ପରେ ତିନି ଠାକୁର ସିଂହାସନ ଆରୋହଣ କରିଥିଲେ । ମନ୍ଦିର ପରିଚାଳନା କମିଟିର  ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ ।