ନାଗରିକ ସନନ୍ଦ ସମ୍ବନ୍ଧୀୟ ତାଲିମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାର୍ବଜନୀନ ସେବା ବିତରଣ ଓ ନାଗରିକ ସନନ୍ଦ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ପଂଚାୟତ ରାଜ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜନ ସାଧାରଣଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବା ଦିଗରେ ସରକାରୀ କର୍ମଚାରୀ ମାନେ ଗୁରୁତ୍ୱ ଦେବା ସହ ତାହାହିଁ ସେମାନଙ୍କର ମୁଖ୍ୟ କାର୍ଯ୍ୟ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ବକ୍ତବ୍ୟ ରଖିଥିଲେ । ଏହା ସହ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରିବା ଓ ସେଥିପାଇଁ ଉତରଦାୟୀ ରହିବା ସହ କର୍ତବ୍ୟନିଷ୍ଠା ବଜାୟ ରଖିବା ପ୍ରତି ଧ୍ୟାନ ଦେବା ଉଚିତ୍ । ନ୍ୟାୟ ପରାୟଣ ଭାବେ ତଥା ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହ ଏଥିପାଇଁ ଥିବା ସରକାରୀ ନିୟମାବଳୀ କୁ ପାଳନ କରିବା ଉପରେ ତାଲିମ ପ୍ରଦାନ କରାଯାଇ ଥିଲା । ପରାମର୍ଶ ଦାତା ଭାବରେ ମନୋଜ କୁମାର ସ୍ୱାଇଁ, କାର୍ଯ୍ୟକ୍ରମ ପ୍ରବନ୍ଧକ ଅବଦୁଲ ରହେମାନ ଖାନ, ସୁକନ୍ୟା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।