ବନଖଣ୍ଡସ୍ତରୀୟ ପ୍ରଶିକ୍ଷଣ ଶିବିର

ଜୟପୁର: ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡ ସ୍ତରୀୟ ବନାଗ୍ନି ନିବାରଣ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ବନଖଣ୍ଡ ସ୍ତରୀୟ ଦିନିକିଆ ପ୍ରଶିକ୍ଷଣ ଶିବିର ଜୟପୁର ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜୟପୁର ବନଖଣ୍ଡ ଅଧିକାରୀ ଡ.ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାତ୍ର, ଏସିଏଫ୍ଓ  ଜୟପୂର ଡ଼. ଅମିତ୍ କୁମାର ନାୟକ, ଜୟପୂର ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡା,ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଡମ୍ବରୁଧର ଗମାଙ୍ଗ, କୋଟପାଡ଼ ବନାଞ୍ଚଳ ଅଧିକାରୀ ବିଦୁ୍ୟତ ବିଶ୍ୱାସ, କୁନ୍ଦୁରା ବନାଞ୍ଚଳ ଅଧିକାରୀ ବି ଏନ୍ ମାଣ୍ଡିକା, ବୈପାରିଗୁଡା ବନାଞ୍ଚଳ ଅଧିକାରୀ ସନ୍ଦିପ୍ ପାଣିଗ୍ରାହୀ,ଗୁପ୍ତ?ଶ୍ୱର ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ନେପାକ୍, ଜୟପୁର ଟାଉନ୍ ପୋଲିସ,ସଦର ପୋଲିସ, ଅଗ୍ନିଶମ ଅଧିକାରୀ,ବନ୍ୟଜନ୍ତୁ ରକ୍ଷକ ରାମ ନାଥ ସାହୁ, ବନରକ୍ଷୀ କର୍ମଚାରୀ ଏବଂ ଗ୍ରାମ୍ୟ ବିକାଶ ସଂଗଠନ ର ସଦସ୍ୟମାନେ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ । ଜଙ୍ଗଲ ମଧ୍ୟରେ ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ଉଦେ୍ଦଶ୍ୟରେ ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ଜୟପୁର ବନଖଣ୍ଡିୟ ୬ ଗୋଟି ବନାଞ୍ଚଳ ତଥା ଜୟପୂର,  ବୋରିଗୁମ୍ମା, କୋଟପାଡ଼, କୁନ୍ଦୁରା, ବୈପାରିଗୁଡା, ଗପ୍ତେଶ୍ୱର ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ ଲାଗିଥାଏ ବନାଞ୍ଚଳ ଦ୍ୱାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ ନିଆଁକୁ କିଭଳି ଆୟତ୍ତ କରି ହେବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଜଙ୍ଗଲ ନିଆଁ ଯୋଗୁଁ ଲକ୍ଷ, ଲକ୍ଷ ପ୍ରଜାତିର ଜଙ୍ଗଲର ମଞ୍ଜି ପଡି ଉଠୁଥିବା ଛୋଟ ଛୋଟ ଗଛ ନିଆଁ ରେ ପୋଡ଼ି ନଷ୍ଟ ହୋଇ ଯାଇଥାଏ । ତତ୍ ସାଙ୍ଗକୁ ନିରୀହ ବନ୍ୟ ଜୀବ ଜନ୍ତୁ ମାନେ ମୃତୁ୍ୟ ବରଣ କରିଥାଆନ୍ତି । ଏହିଭଳି ନିଆଁକୁ ଜଙ୍ଗଲରେ ସମ୍ପୂର୍ଣ୍ଣ ବିସ୍ତାର ହେବା ପୂର୍ବରୁ କିପରି ଆୟତ୍ତ କରାଯିବ ଓ କିପରି ସମ୍ପୂର୍ଣ୍ଣ ରୂପେ ବିଭିନ୍ନ ଉପାୟ ପ୍ରୟୋଗ କରି ଲିଭା ଯାଇ ପାରିବ ତାହା ଉପରେ ଆଗାମୀ ଦିନରେ ୬ ଗୋଟି ବନାଞ୍ଚଳରେ ବନାଞ୍ଚଳ ଅଧିକାରୀମାନଙ୍କ ଉପସ୍ଥିତିରେ ନିଜ ବନ୍ୟାଞ୍ଚଳର ବନ କର୍ମଚାରିଙ୍କୁ ତାଲିମ୍ ପ୍ରଦାନ କରିବାକୁ ଡ଼. ବେହେରା ନିଦେ୍ର୍ଦଶ ଦେଇଛନ୍ତି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଶ୍ରୀଯୁକ୍ତ ପାତ୍ର ଏହି ପ୍ରଶିକ୍ଷଣ ଶିବିରରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲ ପରିବେଶକୁ କିପରି ସୁରକ୍ଷିତ ରଖିବା, ବନ୍ୟ ଜନ୍ତୁ ଓ ଜଙ୍ଗଲକୁ କିପରି ସୁରକ୍ଷା ଦେବା ଏବଂ ଅନେକ ବିଷୟରେ ଆଲୋକପାତ କରିଥିଲେ । ସର୍ବ ଶେଷରେ ଏସିଏଫ୍ଓ ଡ.ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।