ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଦୋଳ ପୂର୍ଣ୍ଣିମା ଓ ହୋଲି ସମୟର ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୭ ଦିନ ଲାଗି ବନ୍ଦ ରହିବ  । ଅର୍ଥାତ୍‌ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ଛତିଶା ନିଯୋଗ ନିଷ୍ପତ୍ତି ନେଇଛି  । ଦୋଳାଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ମରାମତି ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୁଣି ମାର୍ଚ୍ଚ ୧୭ରୁ ମରାମତି କାମ ଆରମ୍ଭ ହେବ ।
ସୂଚନା ଅନୁସାରେ, ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତିର ଆଜି ସମୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିରରେ ନୀତି ବହୁଳ କାରଣରୁ ଏଏସ୍‌ଆଇ ମରାମତି ପାଇଁ ଅଧିକ ସମୟ ମାଗିଥିଲେ ଏଣୁ ତିନିମାସ ବଦଳରେ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ତିନିମାସରେ ଏଏସ୍‌ଆଇ କାମ ସାରିବ ବୋଲି କହିଥିଲା । କିନ୍ତୁ ନୀତିକାନ୍ତି କାରଣରୁ ମରାମତି ପାଇଁ ସମୟର ଅଭାବ ଦେଖାଦେଉଛି । ଏଣୁ ଅତିରିକ୍ତ ୪୫ରୁ ୬୦ ଦିନ ସମୟ ଲାଗିପାରେ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ।