ବନ୍ଧୁ ଘରୁ କଳାକନା ବୁଲାଇଲା ବନ୍ଧୁ ; ନେଇଗଲା ୧୦ ଲକ୍ଷ ଟଙ୍କାର ସୁନା ; ଅଭିଯୁକ୍ତ ଗିରଫ

ବନ୍ଧୁ ଘରୁ କଳାକନା ବୁଲାଇଲା ବନ୍ଧୁ ; ନେଇଗଲା ୧୦ ଲକ୍ଷ ଟଙ୍କାର ସୁନା ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୧୯ା୬ : ସମ୍ପର୍କ ଯୋଡ଼ି ବିଶ୍ୱାସ ଘାତକା କଲା ବନ୍ଧୁ । ସାଙ୍ଗର ଫାଇଦା ଉଠାଇ ଘରକୁ ଯାତାୟତ କରି ଶେଷରେ ସୁଯୋଗ ଦେଖି ବନ୍ଧୁ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହେଲା ଧୋକେବାଜ୍ ବନ୍ଧୁ । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ୧୬୨ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ପୁଲିସ ୪ଟି ସୁନା ମୁଦି ଓ ୨ ହଳ ସୁନା କାନଫୁଲ ଜବତ କରିଛି । ବାକି ସୁନା ହାର ଗୁଡ଼ିକୁ ସେ ବିକ୍ରି କରିଦେଇଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ହେଲା, ଓଲଟାଉନ୍ ଅଞ୍ଚଳର ଅଭିଷେକ୍ ମହାପାତ୍ର । ପରେ ଦଫା ୩୮୦ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ ୧୭ ତାରିଖରେ ଅଭିଯୋଗକାରୀ ଲକ୍ଷ୍ମୀକାନ୍ତ ସ୍ୱାଇଁ ନିଜ ଘର କାଠ ଆଲମୀରାରେ ରଖିଥିବା ସୁନା ଗହଣା ଗୁଡ଼ିକ ଚୋରି ହୋଇଯାଇଥିବାର ଜାଣିବାକୁ ପାଇଥିଲେ । ଘରୁ ଚୋରୀ ହୋଇଥଽା ଗହଣା ଭିତରୁ ୨ଟି ନେକଲେସ୍, ୭ଟି ସୁନା ମୁଦି, ୩ଟି ସୁନା ଚେନ୍, ୨ଟି ସୁନା କାନଫୁଲ ଓ ୨ଟି ସୁନା ଲକେଟ୍ ରହିଛି । ଗତ କିଛିଦିନି ହେବ ତାଙ୍କର ବନ୍ଧୁ ଅଭିଷେକ ମହାପାତ୍ର ସବୁଦିନ ତାଙ୍କ ଘରକୁ ଆସୁଥିବା ତଥା ଏହି ଚୋରୀରେ ତାଙ୍କର ସମ୍ପୃକ୍ତି ଥିବା ସନେ୍ଦହ କରି ସେ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ହେଲେ ତାଠାରୁ ମାତ୍ର ୪ଟି ମୁଦି ଓ ୨ଟି କାନଫୁଲ ଜବତ କରିବାରେ ସଫଳ ହୋଇଛି । ହେଲେ ବାକି ସୁନା ସବୁ ପୁଲିସ କେବେ ଜବତ କରିବ ନାଁ ସବୁ ସୁନା ଆତ୍ମସାତ ହୋଇଯିବ ତାହା ଦେଖିବା ବାକି ରହିଛି ।