ବନ୍ଧୁ ମିଳନ ଅନୁଷ୍ଠିତ

ଚିଲିକା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧିନସ୍ଥ ଖ୍ୟାତି ସମ୍ପର୍ଣ ଶିକ୍ଷାନୁଷ୍ଠାନ ଲଷ୍ମୀଧର ସରକାରୀ ବିଦ୍ୟାପୀଠରେ ପ୍ରାକ୍ତନ ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ପର୍ବ ଶକ୍ତି ପୀଠ ମା ବରୁଣେଇଙ୍କ ପାଦ ଦେଶରେ ଆନନ୍ଦ ଉଲ୍ଲାସରେ ସମ୍ପାଦିତ ହୋଇଛି । ଏହି ପର୍ବରେ ରୁପେଶ ବଳବନ୍ତରାୟ, ରାଘବ ରଣା, ପ୍ରଦୁ୍ୟମ୍ନ ସୁନ୍ଦରାୟ, ସତ୍ୟ ନାରାୟଣ ନାୟକ, ସତ୍ୟ ନାରାୟଣ ଡୋରା, ସତ୍ୟ ନାରାୟଣ ସେଠୀ, ସ୍ୱର୍ଯ୍ୟ ସ୍ୱାଇଁ, ପ୍ରଦୀପ ବେହେରା, ବୃନ୍ଦାବନ ମହାରଣା, ଦଣ୍ଡପାଣି ବଳବନ୍ତରାୟ, ଅମିର ବେହେରା, ବ୍ରଜ କିଶୋର ଜେନା, ପ୍ରଦୀପ ପ୍ରଧାନ, ରଞ୍ଜନ ରାଜ, ସଞ୍ଜୟ ସେନାପତି, ହରମୋହନ ରାୟ, ସୁବାସ ନାୟକ, ଭବାନୀ ଶଙ୍କର ନାୟକ, ବାସୁଦେବ ମର୍ଥି ଓ ଦୌଲତ ଖାନ ଇତ୍ୟାଦି ବନ୍ଧୁ ଯାଗ ଦେଇଥିଲେ । ବନ୍ଧୁ ଭବାନୀଙ୍କ ଇଚ୍ଛା ପୂରଣ ନିମନ୍ତେ ପ୍ରଦୀପ ବେହେରା, ସୁବାସ ନାୟକ ଓ ଅମୀର ବେହେରା ଯଥେଷ୍ଟ ସହଯୋଗ କରି ସଫଳ ଆୟୋଜନ କରିଥିଲେ । ପରିଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା । ସର୍ବସମ୍ମତି କ୍ରମେ ବୈଠକର କିଛି ମିର୍ଯ୍ୟାସ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ସ୍ଥିରୀକୃତ ହେଲା । ଆଗାମୀ ଦିନରେ ବ୍ୟାଚ୍ର ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବାକୁ ଯୋଜନା କରା ଯାଇଥିଲା । ପ୍ରତ୍ୟେକ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକୁ ବଜାୟ ରଖିବା, ପ୍ରତ୍ୟେକ କାର୍ଯ୍ୟକୁ ସଠିକ ରୂପେ କ୍ରିୟାଶୀଳ କରିବା ପାଇଁ ଏକ ସାତ ଜଣିଆ କମିଟି ଗଠନ କରିବା, ସାମାଜିକ ସୁରକ୍ଷା ନିମିତ୍ତ ଏକ ମିଳିତ ବ୍ୟାଙ୍କ ଆକାଉଣ୍ଟ ଖୋଲି ମିଳିତ ସଞ୍ଚୟ କରିବା ବୋଲି କୁହାଯାଇଥିଲା ।