ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ନାଉଗାଁ, : ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ସ୍ଥିତ ଗାରୋଇ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ଗାରୋଇ ଗୋବର୍ଦ୍ଧନ ପୀଠର ବାବା ଆଦିତ୍ୟ ନାରାୟଣ ଦାସ ଉଦ୍ ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ତିହୁଡା ଗୁରୁକୃପା କୁଟିରର ବାବା ସତ୍ୟାନନ୍ଦ ଦାସ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଓଷ୍ଟା ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୃର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ୨ନମ୍ବର ଜୋନ୍ ସଭ୍ୟା ମମତା ପରିଡ଼ା, କୋରୁଅ ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ମଉଳା ଭଣଜା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ଅଧ୍ୟାପକ ନିରଜ୍ଞନ ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା ଓଷ୍ଟା ଉପଦେଷ୍ଟା ନିରଞ୍ଜନ ମହାନ୍ତି, ଜଗତସିଂହପୁର ଜିଲ୍ଲା ଓଷ୍ଟା ସଭାପତି ନାରାୟଣ ସାହୁ, ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ବାଲିକୁଦା ପୂଜ୍ୟପୂଜା ସଂସଦ କୈଳାସ ଚନ୍ଦ୍ର ବିଶ୍ୱାଳ, ସଂପାଦକ ଅରୁଣ କୁମାର ମହାନ୍ତି, ନାଉଗାଁ ବ୍ଳକ ଓଷ୍ଟା ସଂପାଦକ ହିମାଂଶୁ କୁମାର ମହାନ୍ତି, ପୂର୍ବତନ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ସମାଜସେବୀ ବିଚିତ୍ରାନନ୍ଦ ପଣ୍ଡା, ନାଉଗାଁ ବ୍ଳକ ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ବାମଦେବ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଶ୍ରୀ ଲେଙ୍କାଙ୍କ ଛାତ୍ରବସôଳ ଶିକ୍ଷକତା ଜୀବନ ସମ୍ବନ୍ଧରେ ଆଲୋକପାତ କରିବା ସହିତ ତାଙ୍କୁ ପୃଷ୍ଠଗୁଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅକ୍ଷୟ କୁମାର ରାଉତ, ବିଭୁତି କୁମାର ବିଶ୍ୱାଳ, ବୁଲାକୀ ସେଠୀଙ୍କ ସମେତ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।