୨ ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ ଜବାନଙ୍କ ଦ୍ୱାରା ୨ ଜଣ ଇନାମୀ ମାଓବାଦୀ ଗିରଫ ସହ ଜଣେ ନାବାଳକ ମାଓବାଦୀକୁ କାବୁ କରାଯାଇଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନାର ଫର୍ସାଗଡ଼ ଏବଂ ଭୈରାମଗଡ଼ର ଏକ ଡିଆରଜି ଯବାନ ଓ ପୁଲିସର ମିଳିତ ସହଭାଗିତାରେ ପୃଥକ ପୃଥକ ସ୍ଥାନରେ ଅପରେସନ କରିବା ସମୟରେ ମୋଟ ୩ ଜଣ ମାଓବାଦୀଙ୍କୁ ଯବାନ ମାନେ କାବୁ କରିଥିଲେ । ପଚରା ଉଚରା ବେଳେ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ଅନ୍ୟ ଦୁଇଜଣ ହେଲେ ହାଡମା କୁଞ୍ଜାମ ଓ ସୁରେଶ ପୋଡିଆମ । ତେବେ ଏହି ଦୁଇ ମାଓବାଦୀଙ୍କ ନାମରେ ୧ଲକ୍ଷ ଲେଖାଏଁ ମୋଟ ୨ଲକ୍ଷ ଟଙ୍କାର ଇନାମ ରହିଥିଲା ।