ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମନ୍ୱୟ ସଭା
ପୁରୀ : ରଥଯାତ୍ରାରେ ସ୍ୱେଚ୍ଛାସେବୀମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ । ବର୍ଷ ପରେ ବର୍ଷ ସେମାନେ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ରଖି ଶ୍ରଦ୍ଧାଳୁଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଚଳିତବର୍ଷର ରଥଯାତ୍ରାରେ ମଧ୍ୟ ଅନୁରୂପ ଉଲ୍ଲେଖନୀୟ ସେବା ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଅନୁରୋଧ କରିଛନ୍ତି । ଟାଉନ୍ ହଲ୍ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ପାଇଁ ସ୍ୱେଚ୍ଛାସେବୀଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତେଣୁ ସମସ୍ତେ ମିଳିମିଶି ରଥଯାତ୍ରାକୁ ସଫଳ କରିବାକୁ ଅନୁରୋଧ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ପ୍ରଭୁଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଅତରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର ରଥଯାତ୍ରା ସମୟରେ ଏକୁଟିଆ ପ୍ରଶାସନ ବା ପୋଲିସ ଲକ୍ଷଲକ୍ଷ ସଂଖ୍ୟାରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇବା ସମ୍ଭବ ନୁହେଁ । ଏଥିପାଇଁ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ସେବା ବୋଲି ଅନୁଭବ କରି ଆମେ ମିଳିମିଶି କାର୍ଯ୍ୟକରିବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରି୍ରୟରଂଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ଡ଼ିଆଇବି ଅତିରିକ୍ତ ଏସ୍.ପି ଦେବୀପ୍ରସାଦ ପ୍ରତାପ, ଅତିରିକ୍ତ ଏସ୍.ପି ସଚୀନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ, ସିଡିଏମ୍ଓ ଡ. ରୂପଭାନୁ ମିଶ୍ର, ଜିଲ୍ଳା ଶିକ୍ଷାଧିକାରୀ ଦୀପକ ପାଢୀ, ସିଟି ଡିଏସ୍ପି ପଶ୍ରାନ୍ତ ସାହୁ, ଜିଏମ୍ ୱାଟକୋ ବିକ୍ରମ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାସେବୀଙ୍କ ସହ ପ୍ରତ୍ୟେକ ବିଭାଗର ସମନ୍ୱୟ ଜରୁରୀ ବୋଲି କହିଥିଲେ । ଏହି କାର୍ଯ୍ୟକୁ ବିଭିନ୍ନ ସବ୍କମିଟି ଗଠନ କରାଯାଇ ଅଧିକାରୀଙ୍କ ତତ୍ୱାବଧାନର ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦକ କରାଯିବ । ଡେପୁଟି କଲେକ୍ଟର ପ୍ରିୟଦର୍ଶନ ମଲ୍ଲିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଉପଜିଲ୍ଲାପାଳ ରାଜକିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।