ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ

ନାଉଗାଁ : ନାଉଗାଁ ବ୍ଲକ ଅନ୍ତର୍ଗତ ଛତିଆନା ଗ୍ରାମର ବରିଷ୍ଠ ନାଗରିକ ପ୍ରାଣକୃଷ୍ଣ ସ୍ୱାଇଁଙ୍କ ବିୟୋଗ ଘଟିଛ । ସେ ଜଣେ ପରାଉପକାରୀ, ମିଷ୍ଟଭାଷି ଧର୍ମପରାୟଣ, ସମାଜ ସେବୀ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା ଥିଲେ । ତାଙ୍କର ଏହି ବିୟୋଗ ଖବର ପାଇଁ ଛତିଆନା ଗ୍ରାମ ସହିତ ନାଉଗାଁ ବ୍ଲକ୍ର ବିଭିନ୍ନ ମହଲରୁ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ସ୍ୱାଇଁଙ୍କ ବିୟୋଗ ଖବରରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ବାବା ସତ୍ୟାନନ୍ଦ ଦାସ, ତ୍ରିଲୋଚନ ପାଢ଼ୀ, ଓସ୍ତା ସଭାପତି ହିମାଂଶୁ ମହାନ୍ତି, ସାମ୍ବାଦିକ ସଚିକାନ୍ତ ନାଥ, ସୁକାନ୍ତି ଲେଙ୍କା, ନିରଞ୍ଜନ ମହାନ୍ତି, ସରୋଜ ଲେଙ୍କା, ମନୋଜ ନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଥିଲେ । ଶ୍ରୀ ସ୍ୱାଇଁଙ୍କ ଗ୍ରାମ ଶ୍ମଶନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।