ଦୁଇ ରାଜମିସ୍ତ୍ରୀଙ୍କ ମଧ୍ୟରେ ଠେଲା ପେଲା, ଜଣେ ମୃତ

 କେନ୍ଦୁଝର: ପାଟଣା ଉପ ଡାକଘର ପଛପଟେ ଜନୈକ ବ୍ୟକ୍ତିଙ୍କ ଘର ପାଖରେ ଏକ ପାଇଖାନା ଟାଙ୍କି ନିର୍ମାଣ କରୁଥିବା ୨ ଜଣ ପଶ୍ଚିମବଙ୍ଗ ମୂର୍ସିଦାବାଦ ବାସିନ୍ଦା ରାଜମିସ୍ତ୍ରୀଙ୍କ ମଧ୍ୟରେ ଗତକାଲି ଝଗଡା ଓ ଠେଲା ପେଲା କାରଣରୁ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି । ମୃତକ ମୂର୍ସିଦାବାଦର ଅନିକୁଲ ଶେଖ (୪୦) ବୋଲି ଜଣାପଡିଛି  । ଗତକାଲି ତାଙ୍କ ସହ ମୂର୍ସିଦାବାଦର ରେଜାଉଲ ଶେଖ (୩୫) ଝଗଡା କରିବା ସହ ଅନିକୁଲ୍କୁ ପାଇଖାନା ଟାଙ୍କି ଭିତରକୁ ଠେଲି ଦେଇଥିଲେ  । ମୁଣ୍ଡରେ ଗଭୀର ଆଘାତ କାରଣରୁ ଅନିକୁଲଙ୍କୁ ପ୍ରଥମେ ପାଟଣା ଓ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ନିଆଯାଇଥିଲା  । ଗତରାତି ସେଠାରେ ଚିକିସôାଧିନ ଅବସ୍ତାରେ ଅନିକୁଲର ମୃତୁ୍ୟ ଘଟିଛି  । ଏନେଇ ପାଟଣା ଥାନାରେ ୫୧/୨୦୨୫ ମୂଳେ ମାମଲା ରୁଜୁ କରି ଏସ . ଆଇ ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦୁଝରରେ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି । ଅଭିଯୁକ୍ତ ରେଜାଉଲକୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଥିବା ଥାନାଧିକାରୀ ମାନସ କୁମାର ମହାକୁଳଙ୍କ ଠାରୁ ପ୍ରକାଶ  ।