ହଟିଲା ଅବରୋଧ, ସ୍ୱାଭାବିକ ହେଲା ଗାଡି ଚଳାଚଳ
ପାଣିକୋଇଲି: ଏହି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରୁ ହଟିଲା ଅବୋରାଧ । ଦୀର୍ଘ ୧ବର୍ଷ ହେବ ଦୁଇଟି ପୋଲର ମରାମତି ପାଇଁ ଜାତୀୟ ରାଜପଥକୁ ପାଣିକୋଇଲି ଟ୍ରମା କେୟାର ନିକଟରୁ ପଥରପଦା ମଧ୍ୟରେ ଅବରୋଧ କରାଯାଇଥିଲା । ଗୋଟିଏ ପଟ ରାସ୍ତାରେ ଉଭୟ ପଟର ଗାଡି ଯାତାୟତ ହେଉଥିଲା । ଫଳରେ ବାରମ୍ବାର ଦୁର୍ଘଟଣା ଘଟି ୧୦ରୁ ଅଧିକ ଜୀବନହାନୀ ସହ ଶତାଧିକ ଦୁର୍ଘଟଣା ହେବାର ନଜିର ଅଛି । ଜନଅସନ୍ତୋଷ ଓ ଆନେ୍ଦାଳନର ଚେତାବନୀ ପ୍ରକାଶ ପାଇବା ପରେ ବିଭାଗ ରାଜପଥରୁ ଅବରୋଧ ହଟାଇଛି । ଜେସିବି ସାହାଯ୍ୟରେ ଉକ୍ତ ଦୁଇଟି ପୋଲରୁ ମାଟି ଉଠାଯାଇ ଗାଡି ଚଳାଚଳ ସ୍ୱାଭାବିକ କରାଯାଇଛି ।