ନୂଆ ରୂପରେ ମୁଫତି ଗାରମେଣ୍ଟସ୍
ବ୍ୟାସନଗର : ଚୋରଦା ବାଇପାସ୍ ଛକରେ ଥିବା ମୁଫତି ଗାରମେଣ୍ଟସ ନୂଆରୂପରେ ଲୋକାର୍ପିିତ ହୋଇଛି । କୋରେଇ ବିଧାୟକ ଆକାଶ ଦାସନାୟକ ମୁଫତି ଗାରମେଣ୍ଟସକୁ ଲୋକାର୍ପିିତ କରିଥିବା ବେଳେ, ଲୋକାର୍ପଣ ଉତ୍ସବରେ ପୌରାଧ୍ୟକ୍ଷ ସୁବାସ ବଳ, ଆଇନଜୀବୀ ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ । ମୁଫତି ଗାରମେଣ୍ଟସରେ ଉପଯୋଗୀ ପ୍ୟାଣ୍ଟ/ସାର୍ଟ, ବ୍ୟାନିୟନ ଉପଲବ୍ଧ ରହିଥିବା ମାଲିକ ଦାମୋଦର ନନ୍ଦ କହିଛନ୍ତି । ଲୋକାର୍ପଣ ଅବସରେ କମ୍ପାନୀ ପକ୍ଷରୁ ଯେକୌଣସି ପରିଧାନ ଦୁଇଟି କ୍ରୟ କଲେ ଗୋଟିଏ ମାଗଣା ଅଫର ରହିଥିବାରୁ ଗ୍ରାହକଙ୍କ ଭିଡ଼ ଜମିଥିଲା । ଏହି ଅଫର କିଛିଦିନ ପାଇଁ ରହିବ ବୋଲି କମ୍ପାନୀର ସେଲସ୍ ମ୍ୟାନେଜର କସ୍ତୁରୀ ମହାପାତ୍ର ଜଣାଇଥିଲେ ।