ବଲାଙ୍ଗୀର ଲୋକ ଉସବ ନେଇ ପ୍ରସ୍ତୁତି 

 ବଲାଙ୍ଗୀର: ଜାନୁୟାରୀ ୨୦୨୫ ରୁ ୨୩ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କୋଶଳ କଳାମଣ୍ଡଳ୨୨ ତମ ବଲାଙ୍ଗୀର ଲୋକଉସôବ ୨୦ ପଡିଆରେ ଆୟୋଜନ ହେବାକୁ ଯାଉଛି ଏହା ଏବେ ଶେଷ ପର୍ଯ୍ୟାୟରେ ପହଁଞ୍ଚô ଯାଇଛି । ଆଜି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲାପାଳ ତଥା ଉସôବ ପାଳନ କମିଟି ଅଧ୍ୟକ୍ଷ ଗୌରବ ଶିବାଜୀ ଇସଲୱାର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଓଡିଶା ସରକାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସ୍କୃତି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭିନ୍ନ ଦିବସରେ ଅତିଥି ଭବରେ ଯୋଗ ଦେବେବୋଲି ସେ ସୂଚନା ଦେଇଥିଲେ । ସେ କହିଲେ ଯେ, ଆପଣମାନେ ଅବଗତି ନିମନ୍ତେ ଜଣାଇ ଦେଉଛି ଯେ, ୨୨ ତମ ବଲାଙ୍ଗୀର ଲୋକ ଉସôବ ନିମନ୍ତେ ୨୦ ଜାନୁୟାରୀ ୨୦୨୫ ପୂର୍ବାହ୍ନ ୯ ଘଟିକା ସମୟରେ ମଞ୍ଚÿ ପୂଜା, ପତାକା ଉତୋଳନ ଓ ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହେବ । ଅପରାହ୍ନ ୨ ଘଟିକା ସମୟରେ କବିତା ଓ ମିନି ଗଳ୍ପ ପାଠୋସôବ (ପୁରୁଣା ମଞ୍ଚ)ରେ ହେବ । ଏହାପରେ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍ଘାଟନୀ ସଭା ଏବଂ ସନ୍ଧ୍ୟା ୭ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲାଙ୍ଗୀର ଲୋକଉସôବର ପ୍ରଦର୍ଶନୀ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ବରେଣ୍ୟ ଅତିଥ ଉପସ୍ଥିତ ରହିବା ସହ ଉଦଘାଟନୀ ସଭାରେ ଅତିଥି ଭାବରେ ଯୋଗଦେବେ । ସଭାକାର୍ଯ୍ୟ ପରେ ସଂଧ୍ୟା ୭ଟା ୩୦ମି ରୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ । ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁରୂପ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଲୋକ ଗୀତ, ଲୋକନୃତ୍ୟ, ଲୋକ ବାଦ୍ୟ ଓ ଲୋକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ୨୧ ତାରିଖ ସକାଳ ୧୦ ଟାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ “ସଂପାନ” ଅନୁଷ୍ଠିତ ହେବ । ସେହିପରି ୨୨ ତାରିଖ ଏବଂ ୨୩ ତାରିଖ ଦିନ ୧୦ ଘଟିକା ସମୟରେ ପୁରୁଣା ମଞ୍ଚ ଠାରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ  । ସନ୍ଧ୍ୟା ସମୟରେ ବିଭିନ୍ନ ଦିବସରେ ବିଭିନ୍ନ ବରେଣ୍ୟ ଅତିଥିମାନଙ୍କର ଉପସ୍ଥିତିରେ ସାଂସ୍କୃତିକ ସଭା ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଏଥର ବଲାଙ୍ଗୀର ଲୋକ ଉସôବ କୁ ସରସ ସୁନ୍ଦର କରିବାକୁ ବିଭିନ୍ନ ଜିଲ୍ଲା ସଂସ୍କୃତି ପରିଷଦର କଳାକାର ମାନଙ୍କ ଦ୍ୱାରା ପ୍ରଚେଷ୍ଟା କରାଯିବ  । ଏହା ସହ ଆସାମର ବିହୁ ଓ ରାଭା, ଭୋରଞ୍ଚÿଳ, ରାଜସ୍ଥାନର ଘୁମର, କାଲବେଲିଆ, ଭବାଇ, ମହାରାଷ୍ଟ୍ରର ଲାବଣୀ, ଗୋଦ୍ଧାଳ, ମେଘାଳୟର ଲାହୋର, ହରିୟାଣାର ଘୁମର, ଫାଗ, ପଶ୍ଚିମବଙ୍ଗର ଝୁମର, ମଣିପୁରର ଢୋଲ ଚଳନ ଆଦି ନୃତ୍ୟ ବଲାଙ୍ଗୀର ଲୋକ ଉସôବକୁ ଆହୁରି ମନୋମୁଧର କରିବ । ବଲାଙ୍ଗୀର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ତଥା ସହଯୋଗ କରି ସଫଳ କରିବକୁ ଅନୁରୋଧ କରୁଛି । ଲୋକ ଉସôବ ଆମ ସମସ୍ତଙ୍କର, ଏହାର ସଫଳତା ଆମ ସମସ୍ତଙ୍କ ଉପରେ । ବିଭିନ୍ନ କାର୍ଯ୍ୟକ୍ରମରେ ଗଣମାଧ୍ୟମର ଉପସ୍ଥିତି, ଏହା ସହ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ସେ ନିବେଦନ କରିଥଲ  । ଗଣମାଧ୍ୟମ ହିଁ ବଲାଙ୍ଗିର ଲୋକ ଉସôବକୁ ସଫଳତାର ଶୀର୍ଷକୁ ପହଁଚାଇ ପାରିବ ବୋଲି ସେ ଆଶା ପୋଷଣ କରିଥିଲେ । ଏହି ଉସôବରେ ପ୍ରଦର୍ଶିତ ହେବାକୁ ଥିବା ବାହାର ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଆସାମର ବିହୁ ଓ ରାଭା , ଭୋରଞ୍ଚÿଳ ନୃତ୍ୟ, ରାଜସ୍ଥାନର ଘୁମର, କାଲବେଲିଆ, ଭବାଇ ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ଗୋଦ୍ଧାଲ ନୃତ୍ୟ, ମେଘାଳୟର ଲାହୋ ନୃତ୍ୟ, ହରିୟାଣାର ଘୁମର, ଫାଗ ନୃତ୍ୟ, ପଶ୍ଚିମବଙ୍ଗର ଝୁମର ନୃତ୍ୟ, ମଣିପୁରର ଢୋଲ ଚଳନ ନୃତ୍ୟ  ପ୍ରଦର୍ଶିତ ହେବାକୁ ଥିବା ଆମ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ କଳାହାଣ୍ଡିର ସାନ୍ତାଳି, ଘୁମୁରା ନୃତ୍ୟ,  ସୁନ୍ଦରଗଡର ଝୁମର ନୃତ୍ୟ, ସାନ୍ତାଳି ନୃତ୍ୟ, ଗଞ୍ଜାମର ଯୋଡି ଶଙ୍ଖ ନୃତ୍ୟ, ପଶୁମୁଖା,  ଭଦ୍ରକର ମୋଗଲ ତାମସା ନୃତ୍ୟ, ଢେଙ୍କାନାଳର ଲଉଡି ନୃତ୍ୟ, ପୁରୀର ଘଟନୃତ୍ୟ, ମାଲଖମ, ଗୋଟିପୁଅ, ବରଗଡର ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରର ଝୁମର, ବଲାଙ୍ଗିରର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ନୃତ୍ୟ । ଲୋକ ଉସôବ ସହିତ ଓର୍ମାସ ଦ୍ୱାରା ଆହୋଜିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ଏଥିପାଇଁ ସମୁଦାୟ ଷ୍ଟଲ ୧୫୦ ଗୋଟି ପ୍ରସ୍ତୁତ ହୋଇଥିବା କହିଥିଲେ ।