ବୋଆଇନ୍ ବାଲି ଚାଲଣ ନେଇ ସାଧାରଣରେ ଅସନ୍ତୋଷ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ୬ ମାସ ହେଲା ଅବାଧରେ ଚୋରା ବାଲି ଚାଲାଣ ହେଉଛି । ବିଭାଗୀୟ ମନ୍ତ୍ରୀ ଅନ୍ୟ ଜିଲ୍ଲାରେ ଯାଇ ଚୋରା ବାଲି ଚାଲାଣ କାରୀଙ୍କୁ ନିଜେ ଧରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସୂଚନା ଥାଉକି ଆସିକା ଠାରେ ଗତ ଗୁରୁବାର ଦିନ ରାଜସ୍ୱ ବିଭାଗ ପକ୍ଷରୁ ଗାଡ଼ିକୁ ଧରିବା ଓ କୋଟି ନଡ଼ା ଅଞ୍ଚଳରେ ଏକ ପଡିଆରେ ରଖିବା ପଛରେ କି ରହସ୍ୟ ରହିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିନା ୱାଇ-ଫର୍ମ ବିନା ଫିଟନେସ ହୋଇନଥିବା ଗାଡିରେ ଚୋରା ବାଲି ଚାଲାଣ ଖୁଲାମ ଖୁଲା ହେଉଛି ବୋଲି ଅନେକ ଅଭିଯୋଗ ହେଉଛି,ତଥାପି ପ୍ରଶାସନ ନୀରବ । ବାଲି ମାଫିଆ ମାନଙ୍କ ନାଁ ଭୟ ଅଛି ପୋଲିସ, ନାଁ ଅଛି ରାଜସ୍ୱ ଓ ଖଣି ବିଭାଗକୁ । ସ୍ଥାନୀୟ ନେତା ମାନଙ୍କୁ ଭାଗୁଆଳି କରି ବାବୁ ମାନଙ୍କୁ ସାଇ ଲେନ୍ସ ପ୍ଲିଜ କରିବା ଫଳରେ ଗାଡ଼ିକୁ ଜବତ କରିବା ବା ଜରିମାନା କରିବାକୁ ଅଧିକାରୀମାନେ ସାହସ କରୁନଥିବା ଆଲୋଚନା ହେଉଛି । ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ଏହି ସବୁ ଅଟକ ଗାଡ଼ି ସମ୍ପର୍କ ରେ ପଚାରିଲେ ବାବୁ ମାନଙ୍କ ମୁହଁରୁ ସନ୍ତୋଷ ଜନକ ଉତ୍ତର ମିଳୁନାହିଁ । ଏହି ଅଟକ ଗାଡ଼ିକୁ ଛାଡିବା ପାଇଁ ଡ଼ିଲ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଦେଖାଯାଉ ବାବୁ ମାନେ କାହା ନିଦେ୍ର୍ଦଶକୁ ଅପେକ୍ଷା କରିଛନ୍ତି । ଏହି ଗାଡ଼ିକୁ ଧରିଲା କିଏ ଅଟକ ରଖିଛି କିଏ ବୋଲି ଏବେ ସାଧାରଣ ରେ ଆଲୋଚନା ହେଉଛି । ଦେଖିବାକୁ ବାକି ରହିଲା ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପ୍ରଶାସନ ଓ ସରକାର । ଏହି ବାଲିମାଫିଆଙ୍କ ସମ୍ରାଟ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟରେ କାର୍ଯ୍ୟରତ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ବଡ଼ ବାବୁ ହେଉଛନ୍ତି ଜିଲ୍ଲାର ବାଲି, ମଦ, ଖଣି, ଓ ଜମି ମାଫିଆଙ୍କ ହର୍ତ୍ତା କର୍ତ୍ତା ଦୟିବ ବିଧାତା କହିଲେ କିଛି ବି ଭୁଲ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା । ସବୁକିଛି ଫିକ୍ସଙ୍ଗ ଓ ସବୁ ଆଦେଶ ଏହି ବାବୁଙ୍କ ଜରିଆରେ ହୋଇଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।