ବସ୍ ସେବାରୁ ବଞ୍ଚôତ କପିଳେଶ୍ୱରପୁର ପଞ୍ଚାୟତ

ବ୍ରହ୍ମଗିରି : ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କପିଳେଶ୍ୱର ପଞ୍ଚାୟତ ଏକ ଜନବହୁଳ ଅଞ୍ଚଳ ରୂପେ ପରିଚିତ । ଆଜି ଭଳିଆ ଆଧୁନିକ ଯୁଗରେ କୌଣସି ବସ ସେବାର ବନେ୍ଦାବସ୍ତ ନାହିଁ ଏହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ଏଇ ଅଞ୍ଚଳ ୨୫ ରୁ ୩୦ହଜାର ଜନସଂଖ୍ୟା ବିଶିଷ୍ଟ ଅଟେ । ଏହା ପୁରି ସହର ଓ ବ୍ରହ୍ମଗିରିର କେନ୍ଦ୍ର ସ୍ଥଳ ହୋଇଥିବାରୁ ଲୋକଙ୍କୁ ଯାତାୟତ ପାଇଁ କୌଣସି ସରକାରୀ ଓ ବେସରକାରୀ ବସ୍ ସେବା ନଥିବାରୁ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । ଏହାର ଆଖପାଖ ଅଂଚଳର ଗ୍ରାମ ଅମୁରୀବଲଚଛ ପଡା, ପଥରପଦା, ପରମାନନ୍ଦପୁର, କମଳନୟନପୁର, ବାଲିଘାଟ, ବିନେ୍ଧଇ ବସ୍ତ୍ର, ଏହିଭଳି ବିଲ କାଙ୍କୁଢା, ମଠକାଙ୍କୁଢା, ପଡିଆ କାଙ୍କୁଢା ପ୍ରଭୁତି ଆଖପାଖ ଗାଁର ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିନା ବସ୍ ସେବା ଯୋଗୁ ଆଖପାଖ ଅଞ୍ଚଳ ଲୋକମାନେ ମେଡିକାଲ ସେବା ପାଇଁ ପୁରି ସହର ଉପରେ ନିର୍ଭର କରୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତତ୍ ସହିତ କୋର୍ଟ କଚେରି କାମ ପଡିଲେ ଚାଲି ଚାଲି କିମ୍ବା ଅଟୋ ଯୋଗେ ଜଗନ୍ନାଥ ରୋଡ (ପୁରି ସାତପଡା ରାସ୍ତା) ଆସିଲେ ଯାତାୟତର ସୁବିଧା ଉପଲବ୍ଧ ହେଉଛି । ବହୁ ବର୍ଷ ଧରି ଏହି ଅଞ୍ଚଳର ଲୋକେ ସମୁଖୀନ ହେଉଥିବା ବିନା ବସ୍ ସେବାର ଅତିଷ୍ଠ ହୋଇଗଲେଣି । ଦିନମଜୁରିଆ, ପନିପରିବା ବିକ୍ରି କରୁଥିବା ଚାଷୀ ପୁରି ବଜାର ଉପରେ ନିର୍ଭର କରିଥିବାରୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହୁଅନ୍ତି । ଆଜକୁ ୨୦, ୩୦ ବର୍ଷ ପୂର୍ବେ ଯେତେବେଳେ ଏ ଅଞ୍ଚଳର ଜନସଂଖ୍ୟା କମ ଥିଲା ସେତେବେଳ ରାଜ୍ୟ ସଡକ ପରିବହନର ଏକ ବସ୍ ଦିର୍ଘ ଦିନ ଧରି ଚାଲିଥିଲା ତାହା ବନ୍ଦ ହେବା ପରେ ଏକ ବେସରକାରୀ ବସ୍ ବହୁଦିନ ଧରି ପୁରି ଠାରୁ କପିଳେଶ୍ୱର ଯାତାୟାତ କରୁଥିଲା । କିନ୍ତ ଏହି ଅଞ୍ଚଳରେ ବର୍ତ୍ତମାନ ଜନସଂଖ୍ୟା ବଢିବା ସହ, ପିଲାଙ୍କ ଶିକ୍ଷା, ଲୋକଙ୍କ ସାମାଜିକ, ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ପୁରି ମୁଖ୍ୟ ସ୍ତାନ ହୋଇଥିବାରୁ ଏହି ଅଞ୍ଚଳର ଲୋକଙ୍କ ଅସୁବିଧା ଦୂର ପାଇଁ ଏକମାତ୍ର ବିକଳ୍ପ ବସ୍ ସେବା । ଦିଜରାଜ ଦୀକ୍ଷିତ, ଲିଙ୍ଗରାଜ ତ୍ରିପାଠୀ ,ସ୍ୱପ୍ନାରାଣୀ ଦିକ୍ଷିତ ଓ ବହୁ ବୁଦ୍ଧିଜୀବୀ, ଛାତ୍ର ଅନେକ ସଂଗଠନ ଏହି ଅଞ୍ଚଳର ଲୋକଙ୍କ ଯାତାୟତ ସୁବିଧା ପାଇଁ ଏକ ବସ୍ ପ୍ରତିଦିନ ଯିବାଆସିବା କରିବା ପାଇଁ ଦାବି କରିବା ସହ ପ୍ରଶାସନ ଏଥିନେଇ ତତ୍ପର ପ୍ରକାଶ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।