କୃଷି ଯନ୍ତ୍ରପାତି ମେଳା ଉଦ୍ୟାପିତ

 ବଲାଙ୍ଗୀର : ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦ୍ୟାପିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳାକୁ  କୃଷିମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ  ଉଦ୍ଘାଟନ କରିଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳାରେ ବଲାଙ୍ଗୀର ଜିଲ୍ଲା ସହ ବିଭିନ୍ନ ଜିଲ୍ଲାର ଚାଷୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ମେଳାରେ ବହୁତ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ଚାଷୀଙ୍କୁ ପାଠ୍ୟଶାଳା ମାଧ୍ୟମରେ କୃଷି ସମ୍ଭନ୍ଧୀୟ ଅନେକ ଲୋକାଭିମୁଖୀ ଯୋଜନା ତଥା କୃଷି କାର୍ଯ୍ୟକୁ ସହଜ କରିବା ପାଇଁ  ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ରିହାତି ଇତ୍ୟାଦି ବିଷୟରେ  ଅବଗତ କରାଯାଇଥିଲା । ଏହି ମେଳାରେ ବଲାଙ୍ଗୀର ବ୍ଲକର  ବାରପୁଡୁଗିଆ ଗ୍ରାମ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ଓ ମହିଳା ଚାଷୀ  ଯୋଗ ଦେଇଥିଲେ । ବାରପୁଡୁଗିଆ ଗ୍ରାମ ପଞ୍ଚାୟତର କର୍ଲ୍ଲାପିଟା (ଆମପାଲି) ଗ୍ରାମର ସଫଳ ଚାଷୀ ନିର୍ମଳ ପଟେଲଙ୍କୁ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପାଠ୍ୟଶାଳାରେ ପଢା ଯାଇଥିବା ପାଠ ଉପରେ ପଚରା ଯାଇଥିବା ପ୍ରଶ୍ନର ସଠିକ ଉତ୍ତର ରଖି ଏହି ପଞ୍ଚାୟତର ଜଣେ ଚାଷୀ  ଏବଂ  ଦୁଇ ଜଣ ମହିଳାଙ୍କୁ ବଲାଙ୍ଗୀର ସି.ଡ଼ିଏ.ଓ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଉଦଯାପନୀ ଦିବସରେ ବାରପୁଡୁଗିଆ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତା କୃଷି ଓଭରସିୟର ସମସ୍ତଙ୍କ ପ୍ରିୟ ପୂର୍ଣ୍ଣିମା ମିଶ୍ରଙ୍କୁ ସଚିଦାନନ୍ଦ ପଣ୍ଡା ଷ୍ଟେଟ କନ୍ସଲଟାଣ୍ଟ, ସି.ଡ଼ି ପି, ଏମ.ଏଲ. ଆଈ.ପି, ରବୀନ୍ଦ୍ର ପାଇକରାୟ ଷ୍ଟେଟ ମ୍ୟାନେଜେର ସି. ଡ଼ି. ପି. ଏମ.ଏଲ.ଆଈପି, ଏବଂ ଏଡ଼ିଓ ବଲାଙ୍ଗୀର, ପ୍ରମୋଦ କୁମାର ବଡପଣ୍ଡା ମିଳିତ ଭାବରେ ମଞ୍ଚରେ ସମ୍ମାନିତ କରିଥିଲେ । ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ବଲାଙ୍ଗୀର ୨୦୨୪-୨୫ ରେ  ବାରପୁଡୁଗିଆ  ପଞ୍ଚାୟତର  ସଫଳ ଚାଷୀ ଓ ମହିଳା ଚାଷୀ  ସର୍ବୋପରି  କୃଷି ଓଭର ସିୟର ପୂର୍ଣ୍ଣିମା ମିଶ୍ର ମାଡମଙ୍କୁ ମଞ୍ଚରେ ସମ୍ମାନିତ କରି ବାରପୁଡୁଗିଆ ଗ୍ରାମ ପଞ୍ଚାୟତକୁ ଗୌରାବାନ୍ୱିତ କରି ôବାରୁ ବାରପୁଡୁଗିଆ ଗ୍ରାମ ପଞ୍ଚାୟତର ସମସ୍ତ ଚାଷୀଙ୍କ ତରଫରୁ କୃଷି ବିଭାଗ ବଲାଙ୍ଗୀରର ବ୍ଲକ ଏଗ୍ରିକଲଚର ଅଫିସର  ସୁଜାତା ଛତ୍ରିଆ, ସ୍କିମ ଅଫିସର ସୁଧାକର ନନ୍ଦ ତଥା ସିଡ଼ିଏଓ, ବାବୁଲି ଚରଣ ସେଠିଙ୍କୁ ବାରପୁଡୁଗିଆ ଚାଷୀଙ୍କ ତରଫରୁ କୃଷକ ସାଥୀ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜଣାଇଛନ୍ତି ।